ଗାଡ଼ି ମୋଟର ବନ୍ଦ, ସହାୟତା ଦାବି କଲା ମୋଟର ଚାଳକ ସଂଘ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ମାର୍ଚ୍ଚ ୨୨ ତାରିଖ ଠାରୁ ଆସନ୍ତା ଏପ୍ରିଲ ୩୦ ତାରିଖ ଯାଏର୍ ଲକଡ଼ାଉନ ଘୋଷଣା କରାଯାଇଛି । ଏହା ଯୋଗୁଁ ବହୁ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଶ୍ରେଣୀା ଲୋକଙ୍କ ଅବସ୍ଥାରେ ବହୁ ପରିବର୍ତନ ଘଟିଛି । ସେମାନେ ରୋଜଗାର ହରାଇ ଘରେ ବସି ରହିବା ଫଳରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇପଡ଼ିଛି । ଏହି ଅବସରରେ ଓଡ଼ିଶା ମୋଟର ଚାଳକ ସଂଘ ହିଞ୍ଜିଳିକାଟୁ ଶାଖା ପକ୍ଷରୁ ସୋମବାର ଗଂଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଜରିଆରେ ପ୍ରଦାନ କରାଯାଇଛି । କରୋନା ଗୁତାଣୁ ସଂକ୍ରମଣ ବ୍ୟାପିବାକୁ ନଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଲକଡ଼ାଉନ ଘୋଷଣା କରାଯିବା ସହ ବହୁ କଟକଣା ଲାଗୁ କରାଯାଇଛି । ଏହାର ପ୍ରଭାବରେ ସ୍ଥାନୀୟ ଅଂଚଳର ବହୁ ବସ୍‌, ଟ୍ରକ, ଟ୍ୟାକ୍ସି, ଯାତ୍ରୀବାହୀ ଅଟୋ ବନ୍ଦ ରହିଛି । ଯାହା ଫଳରେ ଉପରୋକ୍ତ ଗାଡର଼ି ଚାଳକ ମାନେ କାମଧନ୍ଧା ନପାଇ ଘରେ ବସି ରହିଛନ୍ତି । ସେମାନଙ୍କ ନିକଟରେ ଯାହା କିଛି ପଇସା ଥିଲା ସେସବୁ ଏତିକ ଦିନ ମଧ୍ୟରେ ସରିଗଲାଣି । ରାଜ୍ୟ ସରକାର ଲକଡ଼ାଉନକୁ ପୁଣି ଥରେ ୨ ସପ୍ତାହ ବୃଦ୍ଧି କରିବା ଫଳରେ ଚାଳକ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଏଭଳି ପରିସ୍ଥିତିରେ ସେମାନେ କିପରି ଚଳିବେ ତାହା ଚିନ୍ତା କରି ପାରୁନାହାନ୍ତି । ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ମୋଟରଯାନ ଚାଳକ ସଂଘର କର୍ମକର୍ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସଂଘର ସଭାପତି ବିଦେଶୀ ସ୍ୱାଇଁ, ସମ୍ପାଦକ ଶଙ୍କର ସ୍ୱାଇଁ ଏବଂ ବହୁ କର୍ମକର୍ତା ଦାବି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ