ଗାୟକରତ୍ନ ନରୋତମ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର : ବିଶିଷ୍ଟ ପାଲାକାର ଗାୟକ ରତ୍ନ ନରୋତମ ମହପାତ୍ରଙ୍କର ଶୁକ୍ରବାର ଅପରାହ୍ଣରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା । ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଶ୍ରୀ ମହାପାତ୍ରଙ୍କ ଖୋର୍ଦ୍ଧା ନିକଟବର୍ତୀ କଂଟାବାଡ଼ ଗ୍ରାମସ୍ଥିତ ପୈତୃକ ବାସଭବନରେ ଦେହାନ୍ତ ଘଟିଥିଲା । ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ତଥା ଉଚ୍ଚଶିକ୍ଷିତ ପାଲା ଗାୟକ ସ୍ୱର୍ଗତ ମହାପାତ୍ର ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ । ପାଲା ଗାୟନ କ୍ଷେତ୍ରରେ ତାଙ୍କର ୬୦ ବର୍ଷରୁ ଊଦ୍ଧ୍ୱ ର୍ ଅଭିଜ୍ଞତା ରହିଥିଲା । ଖଲ୍ଲିକୋଟର ରାଜା ରାମଚନ୍ଦ୍ର ଦେବଙ୍କ ଠାରୁ ତାଙ୍କୁ ଗାୟକ ରତ୍ନ ଉପାଧି ମିଳିଥିଲା । ଏହାଛଡ଼ା ବାଣୀରତ୍ନ, ଗାୟକ ସମ୍ରାଟ, ଗାୟକ ଜ୍ଞାନସାଗର ଆଦି ଉପାଧି ସମେତ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା । ପାଲା ଗାୟନ ପାଇଁ ସେ କାହାଠାରୁ ଟଙ୍କାଟିଏ ସୁଦ୍ଧା ନେଉନଥିଲେ । ରାଜ୍ୟର ପ୍ରାୟ ସମସ୍ତ ପ୍ରତିଷ୍ଠିତ ମଂଚରେ ସେ ପାଲା ପରିବେଷଣ କରିଛନ୍ତି । ସେ ତତକାଳୀନ ପ୍ରସିଦ୍ଧ ପାଲାକାର ଗାୟକ ରତ୍ନ ହରି ନାଥ, ଗାୟକ ଶିରୋମଣି ନିରଞ୍ଜନ କର, ଗାୟକ ସମ୍ରାଟ ବୈଷ୍ଣବ ପ୍ରଧାନ, ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତିଙ୍କ ବିପକ୍ଷରେ ବାଦି ପାଲା ପରିବେଷଣ କରିଥିଲେ । ଓଡ଼ିଶାର ପୁରପଲ୍ଲୀ ସମେତ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମ ବଙ୍ଗର ଅନେକ ଅଂଚଳରେ ସେ ପାଲା ଗାୟନ କରିଥିଲେ । ୫୦ରୁ ଊଦ୍ଧ୍ୱର୍ ଶିଷ୍ୟ ତାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଆ ଲୋକକଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଏହି ଜନପ୍ରିୟ ପାଲା ଗାୟକଙ୍କ ବିୟୋଗରେ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ପ୍ରହ୍ଲାଦ ସାହୁଙ୍କ ଭଳି ବିଶିଷ୍ଟ ପାଲାକାରଙ୍କ ସମେତ ଶ୍ରୀ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ସନ୍ଦୀପ ମିଶ୍ର, ବିପ୍ଳବ ସମ୍ବିତ କୁମାର, ଅନ୍ନଦା ଶଙ୍କର ଦାଶ, ଚକ୍ରଧର ବାରିକ ଓ ଅନ୍ୟ କର୍ମକର୍ତାମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଞ୍ଚ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ