ଗାୟତ୍ରୀ କ୍ରିଏସନ୍‌ସ ସହଯୋଗରେ ୫୬ତମ ମାସିକ ଭଞ୍ଜ ସଙ୍ଗୀତ ଆସର

ଭଞ୍ଜନଗର, (ସନ୍ତୋଷ ଜେନା): ସ୍ଥାନୀୟ ଆର୍‌.ଏମ୍‌.ସି. ସଭାଗୃହରେ ଆନନ୍ଦ ସଙ୍ଗୀତାୟନର ୫୬ତମ ମାସିକ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଅନୁଷ୍ଠାନ ସଭାପତି କବି ପ୍ରଶାନ୍ତ ମହାନ୍ତି । ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ ଯଦୁନାଥ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ ଶିକ୍ଷକ ତଥା କବି ବଂଶୀଧର ଷଡ଼ଙ୍ଗୀ । ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସମ୍ପାଦକ ଅଶୋକ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଦିପ୍ତାଂଶୁ ପ୍ରଭା ଦେବୀ ନିଜେ ରଚନା କରିବା ସହିତ ଅଭିନୟ ଓ ଗାଇଥିବା ଭଜନ ସିଡ଼ି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପରେ ପରେ ଭଞ୍ଜ ସଙ୍ଗୀତ ଆସର ଆୟୋଜିତ ହୋଇଥିଲା । ସଙ୍ଗୀତ ପରିବେଷଣରେ ଅନୁଷ୍ଠାନର ଶିଳ୍ପୀ ରଶ୍ମିତା, ସ୍ନିଗଧା, ସ୍ମିତା, ଦିପ୍ତାଂଶୁ ଦେବୀପ୍ରମୁଖ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ । ତବଲା ଏବଂ ମର୍ଦ୍ଦଳ ବାଦନରେ ଦିବାକର ପ୍ରଧାନ ଏବଂ ଶ୍ରୀମାନ ସାଗର ନାୟକ ସହଯୋଗ କରିଥିଲେ । ଅନୁଷ୍ଠାନର କର୍ମକର୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସହସମ୍ପାଦକ ଚିନ୍ମୟ କୁମାର ବେବର୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ