ଗାୟତ୍ରୀ ପରିବାର ତରଫରୁ ଇସିଜି ମେସିନ ପ୍ରଦାନ

ସୋରଡା, (ରଜନୀକାନ୍ତ ମିଶ୍ର):ସୋରଡା ଗାୟତ୍ରୀ ପରିବାର ତରଫରୁ ସରକାରୀ ଡାକ୍ତର ଖାନା କୁ ରୋଗୀମାନଙ୍କ ପାଇଁ ଗୋଟିଏ ଇସିଜି ମେସିନ ପ୍ରଦାନ କରାଯାଇଛି । ଇସିଜି ପରୀକ୍ଷା ପାଇଁ ରୋଗୀମାନଙ୍କୁ ଖର୍ଚାନ୍ତ ହୋଇ ଭଞ୍ଜନଗର ,ବ୍ରହ୍ମପୁର ଯିବାକୁ ପଡୁଥିଲା । ଏଣିକି ଆଉ କୌଣସି ରୋଗୀମାନଙ୍କୁ ଇସିଜି ଟେଷ୍ଟ ପାଇଁ ବାହାରକୁ ଯିବାକୁ ପଡିବନୀ । ସୋମବାର ଗାୟତ୍ରୀ ମନ୍ଦିର ପରିସରରେ ଆୟୋଜିତ ମିଳନ ପର୍ବରେ ଡାଃ ସନ୍ତୋଷ କୁମାର ପଣ୍ଡା ଙ୍କୁ ୨୦୦୦୦ ଟଙ୍କ। ର ଚେକ ପ୍ରଦାନ କରାଯାଇଛି । ବରିଷ୍ଟ ସଦସ୍ୟ ନିରଞ୍ଜନ ଗଉଡ ,ବିଜୟ କୁମାର ବିଶୋଈ,ଉପେନ୍ଦ୍ର ପାତ୍ର ,ଦେବବ୍ରତ ବିଶୋଈ ,ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ୫ ଦିନ ତଳେ ସ୍ଥାନୀୟ ସତ୍ୟସାଇ ସେବା ଦଳ ତରଫରୁ ରୋଗୀମାନଙ୍କ ପାଇଁ ମେଡିକାଲ ପରିସରରେ ଗରମ ପାଣି ମେସିନ ସ୍ଥାପନ କରାଯାଇଛି । ଯାହାକି ରୋଗୀମାନେ ମାଗଣାରେ ଗରମ ପାଣି ପାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ