ଗାୟତ୍ରୀ ପରିବାର ପକ୍ଷରୁ ନିଆରା ରାକ୍ଷା ବନ୍ଧନ
ବାଲେଶ୍ୱର, (ସରୋଜ ପଣ୍ଡା): ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ଉତ୍ସବ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ଭୀମପୁରା ଚନ୍ଦନ ପୋଖରୀ ହୁଡ଼ାରେ ଏକକୁଣ୍ଡୀୟ ଯଜ୍ଞ ରବିବାର ଅନୁଷ୍ଠିତ ହୋଇଯାଇଛି । ବଳରାମ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯଜ୍ଞ କର୍ମକାଣ୍ଡରେ ଗାୟତ୍ରୀ ପରିବାରର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଯଜ୍ଞ ପୂର୍ଣ୍ଣାହୁତି ପରେ ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନ ସମ୍ପର୍କିତ ଏକ ବିଚାର ମନ୍ଥନ ଭତ୍ତିକ ସତସଂଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଆଇନଜୀବୀ ନିରଂଜନ ପରିଡ଼ା, ଜୟକୃଷ୍ଣ ସାହୁ, କିଶୋର ପଣ୍ଡା, ଜ୍ୟୋତିର୍ମୟ ଦାସ ପ୍ରମୁଖ ଏଥିରେ ଯୋଗଦେଇ ମାନବ ଦର୍ଶନ ଓ ସାମାଜିକ ବିଧି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଗାୟତ୍ରୀ ପରିବାରର ଭଉଣୀମାନେ ସମସ୍ତଙ୍କ ହାତରେ ରାଖି ବାନ୍ଧିବା ପରେ ପୂର୍ବରୁ ରୋପଣ କରାଯାଇଥିବା ଔଷଧୀୟ ବୃକ୍ଷ ସମେତ ଗୋମାତାଙ୍କୁ ସମସ୍ତେ ରାଖି ବାନ୍ଧିଥିଲେ ।