ଗାୟତ୍ରୀ ପରିବାର ପକ୍ଷରୁ ରକ୍ତଦାନ ଶିବିର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଗାୟତ୍ରୀ ପରିବାର ପକ୍ଷରୁ ଏକ ରକ୍ତ ଦାନ ଶିବିର ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା ପରିସରରେ ଆୟୋଜନ କରାଯାଇଛି ।ଏହି ପରିବାର ପକ୍ଷରୁ ମୋଟ ୧୦ରୁ ଅଧିକ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରାଙ୍କ ଉପସ୍ଥିତରେ ସଂଗ୍ରହ କରାଯିବା ସହ ପରିବାର ତରଫରୁ ଅନ୍ତର୍ୟ୍ୟାମୀ ବେହେରା, ଦିଗାମ୍ବର ପାଣିଗ୍ରାହୀ, ଗାୟତ୍ରୀ ବେହେରା, ନବ କିଶୋର ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ନାୟକ, ରୁନୁ ବେହେରା, ଜଗନ୍ନାଥ ବେହେରା ପ୍ରମୁଖ ରକ୍ତ ଦାନ କରିଥିଲେ ।


