ଗାୟତ୍ରୀ ପରିବାର ପକ୍ଷରୁ ସାଂଗଠନିକ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ସଦର ମହକୁମା ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀ ଠାରେ ଥିବା ଗ୍ରାୟତ୍ରି ପ୍ରଜ୍ଞାପୀଠୀ ଠାରେ ଅଖିଳ ବିଶ୍ବ ଗାୟତ୍ରୀ ପରିବାର ପକ୍ଷରୁ ସାଗଂଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଏହି ବୈଠକରେ ହରିଦ୍ବାରର ଶାନ୍ତିକୁଞ୍ଜର ପ୍ରିତିନିଧି କଲ୍ଲିକୀ ପ୍ରଧାନ, ସୁଧିର ମିଶ୍ର, ହରିହର ମହାରଣା ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର ଏହି ସାଂଗଠନିକ ବୈଠକ ସମ୍ପର୍କରେ ଆଲୋଚନା କରିଥିଲେ l ଜିଲ୍ଲାରେ କିପରିଗାୟତ୍ରୀପରିବାର ପକ୍ଷରୁ କାର୍ଯ୍ୟ କରାଯାଇପାରିବ ସେନେଇ ଆଲୋଚନା କରାଯାଇଥିଲା . ଏହି ଅବସରରେ ଗାୟତ୍ରୀଙ୍କ ପୂଜାର୍ଚ୍ଚନା କରାଯିବା ସହ ଆଧ୍ୟାତ୍ମିକ ପ୍ରବଚନକାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଗାୟତ୍ରୀ ପରିବାରର କୈଳାସ ଚନ୍ଦ୍ର ପଟ୍ଟନାୟକ, ନୀଳକୋମଳ ଗନ୍ତାୟତ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l