ଗାୟତ୍ରୀ ଶକ୍ତିପୀଠରେ ସଂଜୀବନୀ ସାଧନା ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ନୀଳାଦ୍ରିବିହାରସ୍ଥିତ ଗାୟତ୍ରୀ ଶକ୍ତିପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ନଭେମ୍ବର ୯ ଠାରୁ ୧୨ ପର୍ୟ୍ୟନ୍ତ ହେବାକୁଥିବା ସଂଜୀବନୀ ସାଧନା ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ପ୍ରଜ୍ଞାପୁରାଣ କଥା ପ୍ରବଚନ କାର୍ୟ୍ୟକ୍ରମର ଆଲୋଚନା କରାଯାଇଥିଲା ।କାର୍ୟ୍ୟକ୍ରମ କୁ ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ କରିବାପାଇଁ ୬୦ ଜଣ ପ୍ରମୁଖ କାର୍ୟ୍ୟକର୍ତାଙ୍କୁ ନେଇ ୬ ଗୋଟି ସମିତି ଗଠନ କରାଯାଇଥିଲା କ୍ଷ ପ୍ରତ୍ୟେକ ସମିତି ଗୁଡିକୁ ସେମାନଙ୍କ କାର୍ୟ୍ୟଭାର ଦାୟିତ୍ୱ ବଣ୍ଟନ କରାଯାଇଥିଲା କ୍ଷ ଆଗାମୀ ବୈଠକରେ ପ୍ରତ୍ୟେକ ସମିତି ଗୁଡିକୁ କୋଡିଏ, କୋଡିଏ ସ୍ୱୟଂସେବକ ଯୋଗାଇ ଦିଆଯିବା ସକାଶେ ସହାୟକ ପ୍ରବନ୍ଧକ ପ୍ରଫୁଲ୍ଲ ଦାଶ ଘୋଷଣା କରିଥିଲେ ଉକ୍ତ ବୈଠକରେ ସୁଧୀର ସାବତ, ପ୍ରଫେସର ପ୍ରଫୁଲ୍ଲ ସାବତ ଅବସରପ୍ରାପ୍ତ ପୋଲିସ ଇନ୍ସପେକଟର କୁଞ୍ଜବିହାରୀ ପଟ୍ଟନାୟକ, ଡାକ୍ତର ସୁଶୀଲ ପଟ୍ଟନାୟକ, କେ. ଗୋବିନ୍ଦ, କୃଷ୍ଣ କେଶବ ପ୍ରଧାନ, ଜଗତବନ୍ଧୁ ପଣ୍ଡା, ପ୍ରଣବ ପଣ୍ଡା, ସୁଜାତା ପେଟଟନାୟକ, ସବିତା ସାହୁକାର ଦୀପ୍ତିମୟୀ ଦେଵୀ ରିତାରାଣୀ ସାହୁ ଆଦି ପ୍ରମୁଖ କାର୍ୟ୍ୟକର୍ତ୍ତା ଯୋଗଦେଇଥିଲେ ବୈଠକ ଶେଷରେ ଜୟକିଶୋର ପଣ୍ଡା ଓ ସନ୍ତୋଷିନୀ ଶାନ୍ତିପାଠକରି ବୈଠକ ସମାପ୍ତ କରିଥିଲେ ।