ଗାୟତ୍ରୀ ଶକ୍ତିପୀଠ ତରଫରୁ ଗୁରୁ ଦିବସ ପାଳିତ

ରମ୍ଭା,(ଓ୍ବାଇଏନ୍ଏସ୍):ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ଗାୟତ୍ରୀ ଶକ୍ତି ପୀଠ ପରିସରରେ ଗାୟତ୍ରୀ ପରିବାର, ବାଇବିନ ବାବା ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଗୌରାଙ୍ଗ ପାଟଣାର ମିଳିତ ସହଯୋଗରେ ଭାରତୀୟ ସଂସ୍କୃତିର ଗୁରୁ ଶିଷ୍ୟ ପରମ୍ପରାର ମହାନ ପର୍ଵ ଗୁରୁ ଦିବସ ପାଳିତ ହୋଇଯାଇଛି ।ପ୍ରଥମେ ଶିବାଜୀ ବେହେରାଙ୍କ ଦ୍ୱାରା ବେଦ ମନ୍ତ୍ର ପଠନ କରାଯାଇ ଡ଼ ସର୍ବପଲ୍ଲୀ ରାଧାକ୍ରିଷନଙ୍କ ଫଟୋ ଚିତ୍ରରେ ପ୍ରଦ୍ବୀପ ପ୍ରଜ୍ଜ୍ୱଳନ ପୂର୍ବକ ଧୂପ,ଦୀପ,ଚନ୍ଦନ ଓ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।ବେଦ ମାତା ଗାୟତ୍ରୀ ଓ ଗୁରୁଦେବ, ମାତାଜୀଙ୍କୁ ବନ୍ଦାପନା କରାଯାଇ ଗୁରୁ ପୂଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରମ୍ଭା ବାଳିକା ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ଚନ୍ଦ୍ର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ସୁବାଷ ଚନ୍ଦ୍ର ପଣ୍ଡା,ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ଶ୍ରୀ ନଗେନ କୁମାର ପଣ୍ଡା,ରମ୍ଭା ଶ୍ରୀ ଜଗନ୍ନଥ ମହାବିଦ୍ୟାଳୟ ଯୁକ୍ତ ତିନିର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ,ରମ୍ଭା ବାଳକ ଉଚ୍ଚ ବିଦ୍ୟାଳୟର ଅବସରର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳ କୃଷ୍ଣ ମହାରଣା, ଯୋଗଗୁରୁ ରବୀନ୍ଦ୍ର ବେହେରା ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ମଞ୍ଚାସିନ ହୋଇଥିଲେ ।ମଞ୍ଚାସିନ ଅତିଥିମାନେ ଗୁରୁ ଦିବସର ତାତ୍ପର୍ଯ୍ୟଏହାର ଉଦ୍ଦେଶ୍ୟ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ ।ଗାୟତ୍ରୀ ପରିବାର ପକ୍ଷରୁ ପଣ୍ଡିତ ଶ୍ରୀରାମ ଆଚାର୍ଯ୍ୟ ଦ୍ୱାରା ଲିଖିତ ସଂକ୍ଷିପ୍ତ ସଦଗ୍ରନ୍ଥ ପୁସ୍ତକ ଗୁଡିକୁ ସମସ୍ତ ଅତିଥି ଶିକ୍ଷକ ମାନଙ୍କୁ ଅର୍ପଣ କରାଯାଇଥିଲା ।ଉକ୍ତ ସଭାରେ ଗାୟତ୍ରୀ ପରିବାରର ସଂଯୋଜକ ପଞ୍ଚାନନ ଖଟୁଆ,ଉମାକାନ୍ତ ସାହୁ, ଶିବାଜୀ ବେହେରା,ଶିକ୍ଷକ ଜୟକୃଷ୍ଣ ତ୍ରିପାଠୀ,ମନ୍ମଥ ମୋହନ ନାହାକ,ସୁଦର୍ଶନ ତ୍ରିପାଠୀ ,ବସନ୍ତ ବେହେରା ପୂର୍ବତନ ସିଆରସିସି ସମୀର ଅଧିକାରୀ,ଶିକ୍ଷୟତ୍ରୀ ଜୟନ୍ତୀ ମୁନି, ବରିଷ୍ଠ ସାମ୍ବାଦିକ ସୁଜିତ କୁମାର ବେହେରା,ସାମ୍ବାଦିକ ଶ୍ରୀଧର ବେହେରା,ସହଦେଵ ଗୌଡ଼,ନୀଳାଞ୍ଚଳ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।ବାଇବିନ ବାବା ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସଭାପତି ତଥା ଶିକ୍ଷକ ଶେଷଦେଵ ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସାତୁଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ