ଗିନିଜ ରେକର୍ଡ଼ଧାରୀ ସଚିନଙ୍କୁ ସମ୍ବର୍ଦ୍ଧିତ କଲେ କ୍ରିଡ଼ାମନ୍ତ୍ରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତର ନିଷ୍ଟାଇକର ଭାବରେ ସୁପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ ଥିବା ୧୭୮ନିଷ୍ଟାଇକକୁ ଭାଙ୍ଗି ୨୦୪ ଆଣ୍ଠୁ ପ୍ରଘାତ କରି ନୂତନ ଗିନିଜ୍ ବୁକ୍ ରେକର୍ଡ଼ ସ୍ଥାପନ କରିଛନ୍ତି । ତାଙ୍କର ଏହି କୃତିତ୍ୱ ପାଇ ସାରା ଓଡ଼ିଶାର କୋଣ ଅନୁକୋଣରୁ ସଚିନଙ୍କ ପାଖକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଥିଲା ବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସଚିନଙ୍କୁ ଭେଟି ତାଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ଗତକାଲି କ୍ରୀଡ଼ାମନ୍ତ୍ରୀଙ୍କ ସରକାରୀ ବାସଭବନରେ ସଚିନଙ୍କୁ ଭେଟି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ପାଇଁ ଗୌରବ ଆଣିଥିବାରୁ ସଚିନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରି ଆଗକୁ ଏହାକୁ ଜାରି ରଖିବାକୁ ପରାମର୍ଶ ଦେବା ସହିତ, ଆହୁରି ଅନେକ ବିଶ୍ୱ ରେକର୍ଡ଼ର ଅଧିକାରୀ ହେବାକୁ ଉତ୍ସାହିତ କରିଥିଲେ । ମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ସଚିନ ଆଗକୁ ଓଡ଼ିଶା ପାଇଁ ଆହୁରି ସଫଳତା ଆଣି ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକ ଲରକା ଗ୍ରାମର ପିତା ଲକ୍ଷ୍ମୀପ୍ରସାଦ ବେହେରା ଏବଂ ଆରତୀ ବେହେରାଙ୍କ ପୁତ୍ର ସଚିନ ବେହେରା ପିଲାଟି ବେଳରୁ ପାଠ ପଢିବା ସମୟରେ ଖେଳ ପ୍ରତି ରଚି ରଖିଥିଲେ । ଏଥିପାଇଁ ପିତାମାତା ସଚିନକୁ ପ୍ରୋତ୍ସାହନ ଦେଇ ଆସୁଥିଲେ । ତେଣୁ ସଚିନ ଖେଳରେ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ । ପ୍ରଥମେ ସେ ୧୦୦ ମିଟର ଧାବକ ଭାବରେ ପରିିଚିତ ଥିଲେ । ଖାଲି ସେତିକି ନୁହେଁ ସଚିନଙ୍କ ଇଚ୍ଛା ଥିଲା ସେ ଆଣ୍ଠୁ ପ୍ରଘାତରେ ବିଶ୍ୱରେକର୍ଡ଼ କରି ଓଡ଼ିଶା ତଥା ଦେଶ ପାଇଁ ଗୌରବ ଆଣିବେ । ସେଥିପାଇଁ ସଚିନ ଦିନକୁ ୧୦ଘଣ୍ଟାର କଠିନ ପରିଶ୍ରମ କରୁଥିଲେ ଏବଂ ଦୀର୍ଘ ଚାରିମାସ କାଳ ଅକ୍ଲାନ୍ତ ପରିଶ୍ରମ କରି ନିଜ ନାମ ଗିନିଜ ବୁକରେ ଲିପିବଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଜି ତାଙ୍କ ସ୍ୱପ୍ନ ପୂରଣ ହୋଇଥିବାରୁ ସଚିନ ତାଙ୍କ ସଫଳତା ପାଇଁ ପିତାମାତାଙ୍କ ସମେତ ପ୍ରଶିକ୍ଷକମାନଙ୍କୁ ସବୁ ଶ୍ରେୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ