ଗିରଫ ଅଭିଯୁକ୍ତ କରୋନା ସଂକ୍ରମିତ
ପୁଲିସ ଓ ନ୍ୟାୟଳୟ କର୍ମଚାରୀ ସଂପ୍ସର୍ଶରେ ଆସିଥିବା ନେଇ ପ୍ରଶ୍ନବାଚି
ହିଂଜିଳିକାଟୁ, (ୱାଇଏନଏସ) : ଚଳିତ ମାସ ମଧ୍ୟ ସପ୍ତାହରେ ହିଞ୍ଜିଳି ପୁଲିସର ଏକ ଟିମ ଚଢାଉ କରିବା ପରେ କିଛି ଅପରାଧିଙ୍କୁ ଗିରଫ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିଲା । ପରେ ସୁରକ୍ଷା ବଳୟ ମଧ୍ୟରେ କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ମାନଙ୍କ ଡ଼ାକ୍ତରୀ ପରୀକ୍ଷା ପରେ ଜଣେ ଅପରାଧୀଙ୍କ ଶରୀରରେ କରୋନା ସଂକ୍ରମଣ ରହିଥିବା ଜଣାପଡ଼ିଥିଲା । ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ପୁଲିସ ଓ ନ୍ୟାୟଳୟ କର୍ମଚାରୀଙ୍କ ମଧ୍ୟରେ ଭାଲେଣି ପଡ଼ିଥିଲା ଚରୋନା ସଂକ୍ରମିତ ଥିବା ଅପରାଧୀ ଜଣକ କେଉଁ କେଉଁ ପୁଲିସ କର୍ମଚାରୀ ଓ ନ୍ୟାୟଳୟ କର୍ମଚାରୀଙ୍କ ସଂପ୍ସର୍ଶରେ ଆସିଥିଲେ ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ଯୁଗାବ୍ଦ ନ୍ୟୁଜ, ତେବେ ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତଙ୍କ ସହ ଅନ୍ୟ ଗିରଫ କିଛି ଅପରାଧିଙ୍କ ରିପୋର୍ଟ ନେଗେଟିଭ ରହିଥିବା ଜଣାପଡ଼ିଛି । ଉକ୍ତ ଘଟଣାର କିଛି ଦିନ ପରେ ହିଞ୍ଜିଳି ଥାନାର ଜଣେ ହୋମଗାର୍ଡ଼ଙ୍କ ଶରୀରରେ କରୋନା ସଂକ୍ରମଣ ଥିବା ଜଣାପଡ଼ିବା ପରେ ତୁରନ୍ତ ଚିକିତ୍ସା ସକାଶେ କୋଭିଡ଼-୧୯ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । କିଛି ଦିନର ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତଙ୍କ କରୋନାଂ ପଜିଟିଭ ଏବଂ ହୋମଗାର୍ଡ଼ଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବା ପରେ ଘଟଣା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପରେ ସ୍ଥାନୀୟ ଅଗ୍ନିଶମ ବାହୀନି କର୍ମଚାରୀଙ୍କ ସହାୟତାରେ ନ୍ୟାୟଳୟ ପରିସରକୁ ସାନିଟାଇଜ କରାଯାଇଥିଲା । କରୋନା ଅଭିଯୁକ୍ତଙ୍କ ସହ ପୁଲିସ ଓ ନ୍ୟୟଳୟ କର୍ମଚାରୀ ସଂପ୍ସର୍ଶରେ ଆସିଛନ୍ତି କି ନାହିଁ ତାହା ବିରାଟ ପ୍ରଶ୍ନବାଚି ସୃଷ୍ଟି କରିଛି । ପ୍ରଶାସନ ପକ୍ଷରୁ ହିଞ୍ଜିଳି ଅଂଚଳର କରୋନା ସମ୍ପର୍କୀତ ତଥ୍ୟ ସ୍ପଷ୍ଟ ପ୍ରକାଶିତ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣଶ ପରେ ହିଞ୍ଜିଳି ଥାନାର ସମସ୍ତ କର୍ମଚାରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରାଂଚଳର ଜଣେ ପାନ ଦୋକାନୀଙ୍କ ଠାରେ କରୋନା ସଂକ୍ରମଣ ଲକ୍ଷଣ ଥିବା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଘଟଣାର ସତ୍ୟତା ଜଣାପଡ଼ିନଥିଲେ ମଧ୍ୟ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତି ପ୍ରାୟ ୮ଟାରେ ସଂପୃକ୍ତ ଅଂଚଳକୁ ସାନିଟାଇଜ କରାଯାଉଥିବାର ଦେଖିବାକୁ ମିଳିଛି ।