ଗିରଫ ହେଲେ ରସିକିଆ ଆକାଉଣ୍ଟ ଅଫିସର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଜଣେ ଅବସରପ୍ରାପ୍ତ ରଶିକିଆ ଆକାଉଣ୍ଟ ଅଫିସର କୁ ଗିରଫ କରିଛି ପୋଲିସ l ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ମୋହନା ବିଏସଏନଏଲ କାର୍ଯ୍ୟାଳୟର ଅବସରପ୍ରାପ୍ତ ଆକାଉଣ୍ଟ ଅଧିକାରି କୈଳାଶ ପଣ୍ଡା (୬୨) l ତଦନ୍ତ ପରେ ଆହୁରି ବହୁ ମହିଳାଙ୍କୁ ସେ ଅସଦାଚରଣ କରିଥିବା ନେଇ ପ୍ରମାଣ ମିଳିଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି l ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ମୋହନlର ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ଅବସରପ୍ରାପ୍ତ ଆକାଉଣ୍ଟ ଅଧିକାରୀ କୈଳାସ ପଣ୍ଡା ତାଙ୍କୁ ଟଙ୍କା ପଇସାର ଲାଳସା ଦେଖାଇ ବିଭିନ୍ନ ସମୟରେ ଦୂର୍ଷ୍କର୍ମ କରି ଆସୁଥିଲେ l ପୁଣି ଶାରୀରିକ ସମ୍ପର୍କ ନ ରଖିଲେ ମିଥ୍ୟା କେଶ୍ ଦେଇ ଥାନାରେ ପୁରାଇ ଦେବି ବୋଲି ଧମକ ଦେଉଥିଲା l ଅନେକ ସମୟରେ ବିଳମ୍ୱିତ ରାତିରେ ଫୋନ କରି ହଇରାଣ କରୁଥିଲା l ତେଣୁ ବାଧ୍ୟ ହୋଇ ମହିଳା ଜଣକ ମୋହନା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପାଇ ମୋହନା ଥାନାରେ ୧୫୬/୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୈଳାଶକୂ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ମହିଳା ଜଣକ କହିବା ପ୍ରକାରେ ଯେଉଁ ମହିଳା ମାନେ ବିଧବା କିମ୍ବା ସ୍ଵାମୀ ପରିତ୍ୟକ୍ତl, ଅସହାୟ ମହିଳା ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହ ମୋବାଇଲ ରେ ଭିଡ଼ିଓ କରି ବ୍ଲlକ୍ ମେଲିଂ କରୁଥିଲା କୈଳାଶ l ତେଣୁ ଏହାର ପୁଙ୍ଖନୁ ପୁଙ୍ଖ ତଦନ୍ତ କଲେ ଅହୁରି ଅନେକ ରହସ୍ୟ ଜଣାପଡ଼ିବ ବୋଲି ମହିଳା ଜଣକ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ