ଗିରୀଶ ପାଢୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା) : ସାମ୍ବାଦିକ ଓ ସାହିତ୍ୟକ ସ୍ଵର୍ଗତ ଗିରୀଶ ପାଢୀଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଶ୍ରଦ୍ଧାଞ୍ଜଳି ସଭା ଗତକାଲି ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା। ପାରମ୍ପରିକ ରୀତିରେ ବାର୍ଷିକ ଶ୍ରାଦ୍ଧ ପରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ସ୍ଥାନୀୟ ସାମ୍ବାଦିକ, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସ୍ଵର୍ଗତ ପାଢୀଙ୍କ ବନ୍ଧୁ ମାନେ ଯୋଗ ଦେଇଥିଲେ। ସମସ୍ତେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ନୀରବ ପ୍ରାର୍ଥନା କରାଯାଇ ସ୍ମୃତି ତର୍ପଣ କରାଯାଇଥିଲା। ସ୍ଵର୍ଗତ ଗିରୀଶ ବାବୁ ଜଣେ ସାମ୍ବାଦିକ, ସାହିତ୍ୟିକ ଓ ସଂଗଠକ ଭାବରେ ଜୀବନ ବିତାଇଥିଲେ। ବୁଗୁଡାର ସାମଗ୍ରିକ ଉନ୍ନତି ଦିଗରେ ସବୁବେଳେ କଲମ ଚଳାଇବା ସହ ନିଜସ୍ଵ ଉଦ୍ୟମରେ ବର୍ଷର ବିଭିନ୍ନ ସମୟରେ ସାହିତ୍ୟ ସମାବେଶ, କବି ସମ୍ମିଳନୀ, ପଥପ୍ରାନ୍ତ ସଭା ପ୍ରଭୃତିର ଆୟୋଜନରେ ନିଜକୁ ଉତ୍ସର୍ଗ କରିଦେଇଥିଲେ। ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଓ ବିଦଗ୍ଧ କବି ଭାବରେ ସେ ଗଞ୍ଜାମ୍ ଜିଲ୍ଲା ଓ ବାହାରେ ମଧ୍ୟ ପରିଚିତ ଓ ପ୍ରଶଂସିତ ହୋଇଥିଲେ। ତାଙ୍କ ଅବର୍ତ୍ତମାନରେ ସେହି ସ୍ଥାନ ବର୍ଜ୍ୟ ଅପୂରଣୀୟ ହୋଇ ରହିଗଲା ବୋଲି ସଭାରେ ବିଭିନ୍ନ ବକ୍ତା ମତ ପ୍ରଦାନ କରିଥିଲେ। କୋଭିଡ- ୧୯ ନିୟମ ପ୍ରକାରେ ଅନୁଷ୍ଠିତ ଏହି ସଭାରେ ସ୍ଵର୍ଗତ ଗିରୀଶ ବାବୁଙ୍କ ବୋଉ ଶଶୀ ଦେବୀ ପାଢୀ, ଦୁଇ ଭାଇ ଚିତ୍ତରଞ୍ଜନ ପାଢୀ ଓ ସାମ୍ବାଦିକ ହରପ୍ରସାଦ ପାଢୀ ଉପସ୍ଥିତ ଥିବା ବେଳେ କବି ହରେକୃଷ୍ଣ ପାତ୍ର ଅଧକ୍ଷତା କରିଥିଲେ। ଉପସ୍ଥିତ ମାନଙ୍କ ମଧ୍ୟରେ ଗଙ୍ଗାଧର ନାୟକ, ସୁବ୍ରତ ପଟ୍ଟନାୟକ, ଅନିଲ କୁମାର ମହାରଣା, ଲାଲ ମୋହନ ବିଶୋୟୀ, ଶିବ ପ୍ରସାଦ ଦୋରା, ଦିଲ୍ଲିପ କୁମାର ଜେନା, ସରୋଜ କୁମାର ପ୍ରଧାନ, ଅନିଲ ପଟ୍ଟନାୟକ, ମନୋରଞ୍ଜନ ବେହେରା, ଅଭୟ ପାଣିଗ୍ରାହୀ, ମନୋରଞ୍ଜନ ଦାଶ, ଅଭିମନ୍ୟୁ ମିଶ୍ର, ଉମା ଚରଣ ସାହୁ, କୁମୁଦ ବେହେରା, ଜୟନ୍ତ କୁମାର ପଟ୍ଟନାୟକ, ସ୍ଵରୂପ ମହାରଣା, ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଗୌରୀପତି ଦାଶ, ହରପ୍ରସାଦ ଦାଶ, ଅଶୋକ ନନ୍ଦ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ସ୍ଵର୍ଗତ ପାଢୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କବି ପ୍ରକାଶ ପାତ୍ର ଙ୍କୁ ସାହିତ୍ୟ ପାଇଁ ଓ ସାମ୍ବାଦିକତା ପାଇଁ ନାରଦ ପୁରସ୍କାର ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ସ୍ଵର୍ଗତ ପାଢୀଙ୍କ ଦ୍ଵାରା ଆରମ୍ଭିତ ବୁଗୁଡ଼ାକୁ ଶ୍ରୀକର ନଗର ନାମରେ ନାମିତ କାର୍ଯ୍ୟକ୍ରମକୁ ନିୟମାନୁସାରେ ପୁ୍ନଶ୍ଚ ପୁନରୁଜ୍ଜୀବୀତ କରାଯିବ ଓ ତାହାଙ୍କ ଦ୍ଵାରା ପ୍ରତିଷ୍ଠିତ ଶ୍ରୀକର ସାହିତ୍ୟ ସେବାକ୍ରମ ଓ ଶ୍ରୀକର ଭଞ୍ଜ ପଠନାଗାରକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ପାଇଁ ପ୍ରସ୍ତାବ ନିଆଯାଇ, ଏଥିପାଇଁ ଏକ ୩ ଜଣିଆ କମିଟି ମଧ୍ଯ ଗଠନ କରାଯାଇଥିଲା। ହରପ୍ରସାଦ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ