ଗୀତଗୋବିନ୍ଦ ରସିଆ

ହେ ଚକାନୟନ
ଗୋପୀପ୍ରାଣ ଧନ
ବଂଶୀ ସ୍ବନେ ଚିତ୍ତ ଚୋରି,
ବସନ ଭୂଷଣ
ଶ୍ରୀ ଗୀତଗୋବିନ୍ଦ
ଖଣ୍ଡୁଆପାଟ ତୁମରି ।

ଜୟଦେବ କୃତ
ଶ୍ରୀଗୀତଗୋବିନ୍ଦ
ରାଧାକୃଷ୍ଣ ରାସଲୀଳା,
ଦିନେ ନ ଶୁଣିଲେ
ନିଦ ନ ଆସଇ
କାହିଁ ପ୍ରଭୁ ଚକାଡ଼ୋଳା ।

ଗୀତଗୋବିନ୍ଦର
ଛନ୍ଦେ ଛନ୍ଦିହୋଇ
ବାଇଗଣ ବିଲେ ପସି,
କଣ୍ଟାଲାଗି ପାଟ
ବସ୍ତ୍ର ଚିରିଗଲା
କୁହ ପ୍ରଭୁ କିଏ ଦୋଷୀ ।

ଏବେ ବାଇଗଣ
ବିଲକୁ ଯିବନି
ବସ୍ତ୍ରରେ ଦେଇଛୁ ଲେଖି,
ଶ୍ରୀଗୀତଗୋବିନ୍ଦ
ପ୍ରତି ପଦ ଛନ୍ଦ
ଶ୍ରୀଅଙ୍ଗରେ ଯିବ ଲାଖି ।

ତୁମ ଶେଷ ସ୍ପର୍ଷ
ଶେଷ ପଦ ପାଇଁ
ଗୀତଗୋବିନ୍ଦ ଅମୃତ,
କବି ଜୟଦେବ
ଗାଇ ଶୁଣାଇଲେ
ରାଧାକୃଷ୍ଣ ପ୍ରେମାମୃତ ।

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ