ଗୀତାଜାଗରଣ ପରିଷଦର ଓଡ଼ିଆ ନବବର୍ଷ ପାଳନ
ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଅଛି । ଗୀତା ଜାଗରଣ ପରିଷଦର ସଭାପତି ଆଇନଜୀବୀ ପ୍ରତିମା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯୋଗଦେଇ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବନବିହାରୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହିତ କୋଭିଡ଼-୧୯ ନିୟମ ମାନି ସମସ୍ତ କାର୍ଯ୍ୟ କରାଯାଉଥିବା ପ୍ରକାଶ କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସଭାପତି ମହାବିଷୁବ ସଂକ୍ରାନ୍ତି ସମଗ୍ର ଓଡ଼ିଶାରେ ପାଳନ ହେଉଥିବା ବେଳେ ଗୀତା ଜାଗରଣ ପରିଷଦ ବିଷୁବ ସଂକ୍ରାନ୍ତିର ମହତ୍ୱ ବର୍ଣ୍ଣନା କରିବା ସହିତ ଓଡ଼ିଆ ନବବର୍ଷ ସମସ୍ତ ଓଡ଼ିଶା ବାସିଙ୍କୁ ବଞ୍ଚିବାରଏକ ନୂତନ ଉତ୍ସପ୍ରଦାନ କରୁ ବୋଲି ମତବ୍ୟକ୍ତ କରିଥିଲେ । ହନୁମାନଜୀଙ୍କ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତୀ ଉପରେ ବନବିହାରୀ ମହାପାତ୍ର, ଡା. ରାଜକିଶୋର ପଣ୍ଡା, ଭୂପତିଭୂଷଣ ମିଶ୍ର, କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନ ପକ୍ଷରୁ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବନବିହାରି ମହାପାତ୍ର, ଚକ୍ଷୁରୋଗ ବିଶେଷଜ୍ଞ ଡ଼ା. ରାଜକିଶୋର ପଣ୍ଡା ଶିକ୍ଷା କ୍ଷେତ୍ରକୁ ଅବଦାନ ଲାଗି ପଣ୍ଡିତ ଭୂପତିଭୂଷଣ ମିଶ୍ର, ବରିଷ୍ଠ ସାମ୍ବାଦିକ କୈଳାଶ ଚନ୍ଦ୍ର ନାୟକ, ବରିଷ୍ଠ ପୋଳିସ୍ ପ୍ରଶାସକ ଗଦାଧର ରାଉତ, ସମାଜ ସେବୀ ନିଶିଥ୍ କୁମାର ଦାସ, ସଂକୀର୍ତ୍ତନ ଗୁରୁ ନବକିଶୋର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହସମ୍ପାଦକ ବୃନ୍ଦାବନ ମିଶ୍ର, ଇଚ୍ଛାମୟୀ ଧଳ, ହୃଶିକେଷ ପତି, ମଧୁସୂଦନ ମହାନ୍ତି, ଧନଞ୍ଜୟ ପୃଷ୍ଟି, ଭରତ ବେହେରା, ଅକ୍ଷୟ କୁମାର ମିଶ୍ର, ସ୍ୱାତି ପଣ୍ଡା, ଚୀନ୍ମୟୀ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଅକ୍ଷୟ କୁମାର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।