ଗୀତାଜାଗରଣ ପରିଷଦ ଆନୁକୂଲ୍ୟରେ ଏକ ନିଆରା ଢଙ୍ଗରେ ବୋଇତବନ୍ଦାଣ ଉତ୍ସବ ପାଳିତ
ଯାଜପୁର,(ୱାଇଏନ୍ଏସ୍): ରିଖ ଅଗ୍ରଣୀ ଆଧ୍ୟତ୍ମୀକ ଅନୁଷ୍ଠାନ ଗୀତାଜାଗରଣ ପରିଷଦ ଆନୁକୁଲ୍ୟରେ ବୋଇତ ବନ୍ଧାଣଉତ୍ସବ ଓ ପବିତ୍ର ପଞ୍ଚୁକ ଉପଲକ୍ଷେ ସପ୍ତ ଦିବସ ବ୍ୟାପି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶ୍ରୀମଦ୍ ଭଗବତ୍ କଥାମୃତ ଆଲୋଚନା ସରକାରଙ୍କର କୋଭିଡ଼୍-୧୯ ନୀୟମକୁ ଦୃଷ୍ଟିରେ ରଖି ପରିଷଦର କାର୍ଯ୍ୟାଳୟରେ ଏକ ନିଆରା ଢଙ୍ଗରେ ଅନୁଷ୍ଟିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ଆଇନ୍ ଜୀବୀ ପ୍ରତିମା କର ରାଇ ଦାମୋଦରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ଜୟଦେବଙ୍କ ରଚିତ୍ ଶ୍ରୀ ଗୀତଗୋବିନ୍ଦର ୧୦ଅବତାର ପାଠ କରିଥିଲେ । ଅଁଳା ନବମି ଦିନ ସନ୍ଧ୍ୟାରେ ବୈତରଣୀ ବନ୍ଦାପନା କରାଯାଇଥିଲା ଶ୍ରୀ ଜଗନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିବର୍ଷ ପରି ଆକାଶ ଦୀପ ପ୍ରଜ୍ଜଳନ କରାଯାଇଥିଲା । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସଭାପତି ଶ୍ରୀମତୀ କର ଉତ୍କଳୀୟ ପରମ୍ପାର ଓ ସଂସ୍କୃତି ପାଳନରେ ଯାଜପୁରର ଭୂମିକା ଅତୁଳନୀୟ ଏହି ପବିତ୍ର ପୀଠରେ ମା’ବିରଜା, ବରାହ, ସପ୍ତମାତୃକା, ବେଦ, ବିପ୍ର, ବୈତରଣୀ ସବୁର ଉପସ୍ଥିତି ଯାଜପୁର ମାଟିକୁ ଧନ୍ୟ କରିଛି । ବରିଷ୍ଠ ଉପଦେଷ୍ଟା ଗଦାଧର ରାଉତ ତୁଳସୀ ବିବାହ ସମ୍ପର୍କରେ ଆଲୋଚନା କରିବା ସହ ଉକ୍ତ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ଅଧିକାରୀ ନବକିଶୋର ଦାସ ଗରୁଡ଼ ଚତୁର୍ଦ୍ଦଶୀ ସମ୍ପର୍କରେ ତାଙ୍କର ବକ୍ତବ୍ୟ ରଖିଥିଲେ । ସହ ସମ୍ପାଦକ ବୃନ୍ଦାବନ ମିଶ୍ର ବୋଇତ ଯାତ୍ରା ପରିଚାଳନା କରିଥିଲେ ବୋଇତ ଯାତ୍ରାରେ ସାଧବ ବହୂ ଭାବେ ପୂଜାରାଣୀ ବେହେରା, ଦିପ୍ତି ଶିଖା ପଣ୍ଡା, ଇଚ୍ଛାମୟୀ ଧଳ, ସ୍ୱାତୀ ପଣ୍ଡା, ଶ୍ରାବଣୀ ନାୟକ, ନିକିତା ପାଢି, ଇପ୍ସିତା ଦ୍ୱିବେଦୀ, ଦିପ୍ ସିଖା ପାତ୍ର ଓ ସାଧବ ପୁଅ ଭାବେ ଅଭିମନ୍ୟୁ ମିଶ୍ର, ଧନଞ୍ଜୟ ପୃଷ୍ଟି, ଉପେନ୍ଦ୍ର ଜେନା, ଦିବ୍ୟଜ୍ୟୋତି ଦାସ, ସୁବାସ ଦେବତା, ରତିକାନ୍ତ ସାହୁ, ସୁରଜ ପଣ୍ଡା ଅଂଶଗ୍ରହଣ କରିଥିବାରୁ ତାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଶଂକର୍ଷଣ ସାହୁ, ଉପେନ୍ଦ୍ର ମିଶ୍ର, ଅକ୍ଷୟ ମିଶ୍ର, ମୋହନ ସାହୁ, ପାଗୁ ଦାସ, ଅଖିଳ ମେହାନ ଦାସ, ହୃଶିକେଷ ପତି, ତପନ ମହାରଣ୍ୟ, ଭ୍ରବକିଶୋର ମହାନ୍ତି, ଚନ୍ଦ୍ରାବତୀ ବେହେରା ପ୍ରମୁଖ ସହଯୋଗ ଦେଇଥିଲେ ।