ଗୀତାଞ୍ଜଳୀ ପକ୍ଷରୁ ରବିନ୍ଦ୍ର ଜୟନ୍ତୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଂସ୍କୃତିକ ଅନୁଷ୍ଠାନ ‘ଗୀତାଞ୍ଜଳୀ’ ପକ୍ଷରୁ ୧୬୨ତମ ରବୀନ୍ଦ୍ର ଜୟନ୍ତୀ ସ୍ଥାନୀୟ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସାଧାରଣ ସଂପାଦକ ତପନ ରାହାଙ୍କ ପୌରହିତ୍ୟ ଓ ରାଧା ବସୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମୁଖ୍ୟ ଉପଦେଷ୍ଠା ଡ:ଏସ୍ ମାଲାକାର ଯୋଗଦେଇ ରବୀନ୍ଦ୍ରନାଥଙ୍କ ବ୍ୟକ୍ତିତ୍ୱ ତଥା ଗୀତାଞ୍ଜଳୀ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ନୃତ୍ୟ,ସଂଗୀତ,କଳା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତବଲା ଗିରିଜା ନନ୍ଦ,ସଂଗୀତ କମଲେଶ ସିହ୍ନା ଓ ରୂପା ପାଲ, ଗୀତିଲାକ୍ଷ ସୋମନାଥ ମିଶ୍ର,ଡ:ଉତ୍ସବ ମିଶ୍ର,ଡ:ଅନିନ୍ଦ୍ୟା ସରକାର,ଶୁଭ୍ରା ମିଶ୍ର ପରିଚାଳନା କରିଥିବା ବେଳେ ସୁକନ୍ୟା ମୁଖାର୍ଜିଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହୋଇଥିଲା । ଶବ୍ଦ ସଂଯୋଜନା କଲ୍ୟାଣ ମଜୁମଦାର କରିଥିବା ସହିତ ଆଗକୁ ସାମାଜିକ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଗୀତାଞ୍ଜଳୀ ପକ୍ଷରୁ ମତବ୍ୟକ୍ତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ