ଗୀତାଞ୍ଜଳୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଗୀତାଞ୍ଜଳି’ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଗୀତାଞ୍ଜଳୀ ହଲ ଠାରେ ବର୍ଷୋବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଳିତ ମୁଖ୍ୟ ଅତିଥି ଭାବେ,ସମ୍ମାନୀତ ଅତିଥି ଭାବେ ଡ.ଏସ.ମାଲାକାର,ସୁଜାତା ଚାଟାର୍ଜି ଉପସ୍ଥିତ ରହିବା ସହ ସଂଗୀତ,ସାଂସ୍କୃତିକ କାର୍ଯ୍ୟକ୍ରମ,ନୃତ୍ୟ ପ୍ରମୁଖ ର ପ୍ରତିଯୋଗୀତା ହୋଇଥିଲା । ଅନୁଷ୍ଠାନର ସାଧାରଣ ସମ୍ପାଦକ ତପନ କୁମାର ରାହାଙ୍କ ପରିଚାଳନାରେ ତନୁଶ୍ରୀ ରାହା ଉତ୍କଳର କଳା,ସଂସ୍କୃତି ଆଧାରିତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ରୂପା ପାଲ,ଗିରିଜା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଭାଗନେଇଥିବା କଳାକାରଙ୍କୁ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ