ଗୀତାଞ୍ଜଳୀ ପ୍ରତିଭା ସମ୍ମାନ-୨୦୧୯ ପ୍ରଦାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍ ) : ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଗୀତାଞ୍ଜଳୀ ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏବର୍ଷର ଦ୍ୱିତୀୟ ଗୀତାଞ୍ଜଳୀ ପ୍ରତିଭା ସମ୍ମାନ-୨୦୧୯ ପ୍ରଦାନ କରାଯିବା ସହିତ ପ୍ରଥମ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଓ ପ୍ରଥମ ଆଦର୍ଶ ବିଦ୍ୟାଳୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏବଂ ଏହି ଦୁଇ ବ୍ଲକର ୧୦ଜଣ ଶିକ୍ଷକଙ୍କୁ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଓ ବାଲିଅନ୍ତା ବ୍ଲକର ୪ଟି ଉଚ୍ଚ ବିଦ୍ୟାଳୟକୁ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି । ପ୍ରତିଷ୍ଠିତ, ସଫଳ ବ୍ୟକ୍ତି ଓ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଗୌରବମୟ କୃତୀ ପାଇଁ ଏ ପ୍ରକାରର ସମ୍ମାନ, ସ୍ୱୀକୃତି, ପ୍ରୋତ୍ସାହନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥିମାନେ ସ୍ୱାଗତ କରିବା ସହିତ ପ୍ରଶଂସା ମଧ୍ୟ କରିଥିଲେ । ଏପରି କାର୍ଯ୍ୟକ୍ରମ ଆଗକୁ ଆହୁରି ଆୟୋଜନ କରାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ତଥା ସମାଜସେବୀ ଡି. ପ୍ରକାଶ ରାଓ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟଅତିଥି ରୂପେ ଜୟଦେବର ମାନ୍ୟବର ବିଧାୟକ ଶ୍ରୀ ଅରବିନ୍ଦ ଢାଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଏମ୍ସ, ଭୁବନେଶ୍ୱରର ନିର୍ଦ୍ଦେଶକ ତଥା ସମ୍ ହସ୍ପିଟାଲର ନିର୍ଦ୍ଦେଶକ ଡଃ ଅଶୋକ କୁମାର ମହାପାତ୍ର, ବାଲିଅନ୍ତା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ରଶ୍ମ୍ରିେଖା ପ୍ରଧାନ, ବାଲିପାଟଣା ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀ ମିତାଞ୍ଜଳି ଦାସ, ଶିକ୍ଷାବିତ୍ ପ୍ରମୋଦ ପାଢୀ, ଆତ୍ମଜାର ସମ୍ପାଦିକା କବିତା ମଞ୍ଜରୀ ପରିଡ଼ା ଏବଂ ମୁଖ୍ୟ ଉପଦେଷ୍ଟା ବିଧୁ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ବିଶ୍ୱଜିତ୍ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶୁଭଜିତ ପଣ୍ଡା ମଞ୍ଚ ପରି•ଳନା କରିଥିଲେ । ତପନ କୁମାର ସ୍ୱାଇଁ, ତୁଳସୀ ବିଶୋୟୀ, ମଦନ ମୋହନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନାରେ ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍ ଓ ଛାତ୍ର ଓ ଯୁବକମାନେ ଯୋଗଦାନ କରିଥିଲେ ।