ଗୀତାଞ୍ଜଳୀ ଭୂୟାଁଙ୍କୁ କଂଗ୍ରେସ ଓ ଭାଜପାର ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି, ୧୬ା୭ (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜୟୀ ହୋଇଥିବା ଗୀତାଞ୍ଜଳି ଭୂୟାଁଙ୍କୁ ସ୍ଥାନୀୟ ବ୍ଲକ ସଭା ଗୃହରେ ସମ୍ବର୍ଦ୍ଧନା କରାଯାଇଥିଲା । ପୂର୍ବତନ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗଙ୍କ ଅକାଳ ବିୟୋଗ ପରେ ଏହି ପଦବୀ ଖାଲିପଡିଥିଲା । ଗତ ୧୪ ତାରିଖରେ ଏଠାରେ ଉପ ନିର୍ବାଚନ ହୋଇଥିଲା । ଗୀତାଞ୍ଜଲି ଭୂୟାଁ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଶୁକ୍ରବାର ବିଡିଓ ନଟବର ଗରଡା ଓ ବ୍ଲକ କର୍ମଚାରୀ ତାଙ୍କୁ ଫଲତଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ସହ କଂଗ୍ରେସ ଦଳର ଗୁ୍ମ୍ମା ବ୍ଲକ ସଭାପତି ବେର୍ନିକ ଗମାଙ୍ଗ, କଂଗ୍ରେସ ଯୁବ ସଭାପତି ମଣ୍ଟୁ ପାଣି ଓ କଂଗ୍ରେସର ସମର୍ଥକ ମାନତ ଶବର, ପୂର୍ବତନ ଛାତ୍ର ସବାପତି ବାଣୀ ପ୍ରସାଦ ମାଳି, ସୁବନ୍ୟ ଜେନା, ଲଳିତ ମୋହନା ଦଣ୍ଡସେନା ପାରଳା ବିଧାୟକ ପ୍ରତିନିଧି ତଥା ଭିଜାପିର ଯୁବ ନେତା କୃଷ୍ଣଚନ୍ଦ୍ର ବିଶୋଇ, ବୁଲୁ ପାଣି, ଟୁଟୁ ଗୌଡ, ବଳରାମ ପାଇକ ପ୍ରମୁଖ ଉପସ୍ଥିତ ରହି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏମାନଙ୍କ ସମେତ ଗୁମ୍ମା ସମିତି ସଭ୍ୟ ନହାର ରଞ୍ଜିତ ଷଢଙ୍ଗୀ, ୧୮ଟି ପଞ୍ଚାୟତର ସମସ୍ତ ସମିତି ସଭ୍ୟ ସଭ୍ୟା ମଧ୍ୟ ଉପସ୍ଥିତ ରହି ଶୁଭେଚ୍ଛା ଜ୍ଞାପନ କରିଥିଲେ ।


