ଗୀତା ଆବୃତ୍ତି ଅଭ୍ୟାସ କର୍ମଶାଳା ଶିବିର ଆୟୋଜନ

ନୀଳଗିରି,(ୱାଏନଏସ):ନୀଳଗିରି ସ୍ଥିତ ଡିଭାଇନ କମ୍ପିଟେଟିଭି କ୍ଲାସେସ ସ୍ୱଭାଗୃହ ରେ ଡିଭାଇନ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ବେଦ, ଗୀତା ଆବୃତ୍ତି ଅଭ୍ୟାସ କର୍ମଶାଳା ଶିବିର ଆୟୋଜନ କରାଯାଇଅଛି। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ।ଏହି କାର୍ଯ୍ୟକ୍ରମ ର ଦିଶା ସମସ୍ତଙ୍କୁ ଅବଗତ କରାଇଥିଲେ ଡିଭାଇନ ଟ୍ରଷ୍ଟ ପ୍ରତିଷ୍ଠାତା ତଥା କମ୍ପିଟେଟିଭି ର ପରିଚାଳକ ସୁଶାନ୍ତ କୁମାର ମହାପାତ୍ର।ଏହାର ଉଦ୍ଦେଶ୍ୟ ସାମାଜିକ ଜୀବନରେ ମାନସିକ ଶାନ୍ତି ଓ ବିଷାକ୍ତ ପ୍ରକ୍ରିୟା କୁ ସୋଧିତ କରିବା।ଆଜି ଯୁବ ଓ ଛାତ୍ର ମାନସିକ ଓ ଶାରୀରିକ ତଥା ସାମାଜିକ ଜୀବନକୁ ପଙ୍ଗୁ କରିପକାଉଛନ୍ତି।ଏଥିରୁ କୌଣସି ବ୍ୟବସ୍ଥା ନାହିଁ ଏଥିରୁ ମୁକ୍ତ ହେବାକୁ କେବଳ ସଂସ୍କୃତ ମନ୍ତ୍ର ଯାହା ସର୍ବଶ୍ରେଷ୍ଠ ଔଷଧ ମନକୁ ନିୟନ୍ତ୍ରଣ ଓ ଶାନ୍ତ କରିପାରିବ।ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନା ଆଜି ଲୁପ୍ତ।ଆଜିର ଶିକ୍ଷା ମଣିଷ କୁ ଶିକ୍ଷିତ କରିପାରେ ବୃତିଭିତ୍ତିକ କରିପାରେ ହେଲେ ଗୋଟିଏ ସୁନ୍ଦର ମାନସିକ,ମଣିଷପଣିଆ ମାନବତ୍ୱ କରିବା ଖୁବ କଷ୍ଟ।ପରନ୍ତୁ ଗୀତା ସବୁ ସମସ୍ୟାର ତଥା ସଫଳତା ରନିର୍ଯ୍ୟାସ ଆଉ ବେଦ ନିଜକୁ ପରିମାର୍ଜିତ ,ଶକ୍ତିମନ୍ତ, ମହାଜ୍ଞାନୀ ରେ ରୂପାନ୍ତରିତ କରିପାରିବ।ଏହା ବିଶ୍ୱର ସର୍ବଶ୍ରେଷ୍ଠ ୟୁନିଭରସିଟି ଷ୍ଟାନଫୋର୍ଡ ୟୁନିଭରସିଟି ରେ ପ୍ରମାଣିତ ବିଜ୍ଞାନ ଦୃଷ୍ଟିରୁ।ସୁସ୍ଥ, ଶାନ୍ତ, ଓ ଜ୍ଞାନ କୁ ସୁ ପରିପ୍ରକାଶ ନିମନ୍ତେ ଏହି ସାପ୍ତାହିକ ସାଧନା ର ଅୟ ଆରମ୍ଭ ଡିଭାଇନ ଶିକ୍ଷାନୁଷ୍ଠାନରେ।ଏହାକୁ ଅତିଥି ମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶିତ କରିଥିଲେ।ଆଗାମୀ ଦିନରେ ଏହାର ବହୁ ସୁଦର ପ୍ରସାର କରାହେବ।ଏଥିରେ ପ୍ରଥମତ8 ମହାପ୍ରଭୁଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପମାଲ୍ୟାର୍ପଣ ପୂର୍ବକ ବେଦ ମନ୍ତ୍ର ପାଠ କରାଯାଇଥିଲା। ମୁଖ୍ୟ ଅତିଥି ବିଦ୍ୱାନ ବିଶିଷ୍ଟ ଶିକ୍ଷାବିତ ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।ଅନ୍ୟ ଅତିଥି ମଧ୍ୟରେ ନୀଳଗିରିର ବେଦ, ଗୀତା, ଯୋଗ ପାଠଶାଳା ର ସମ୍ପାଦକ ଉତ୍ତମ ବିଶାଳ, ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ବରିଷ୍ଠ ସାଧକ ଓ ସମାଜସେବୀ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।ବେଦ ପ୍ରଶିକ୍ଷକ ଭାବରେ ଜାତୀୟ ବେଦ ପ୍ରଶିକ୍ଷକ ଶ୍ରୀମାନ ଅବିନାଶ ବେହେରା ବେଦ ର ମହତ୍ୱ ଓ ବେଦ ଭ୍ୟାସ କରାଇଥିଲେ।ସେହିପରି ଗୀତାର ଅଭ୍ୟାସ ମଧ୍ୟ କରାଯାଇଥିଲା।ବେଦ ପାଠୀ ଓ ଗୀତା ପାଠୀଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା। ପରିଶେଷରେ ବେଦ ଓ ଗୀତା ପାଠୀ ନିଜର ପ୍ରେମ ଅନୁଭୂତି ସହିତ କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିଥିଲେ।ଏହା ପ୍ରତିଟି ଶିକ୍ଷାକ୍ଷେତ୍ର ନିମନ୍ତେ ଆବଶ୍ୟକ ବୋଲି କହିଥିଲେ।ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟାଙ୍କ ସହଯୋଗ ଆଦରଣୀୟ ଥିଲା।ସର୍ବଶେଷରେ ସଭାପତି ସୁଶାନ୍ତ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ବେଦ କର୍ମଶାଳା ଶିବିର ସମାପନ ହୋଇଥିଲା।ପ୍ରତିସପ୍ତାହ ଏହି ଶିବିର ନିୟମିତ ଭାବେ କରାଯିବ ବୋଲି ନିଷ୍ପତ୍ତି କରାଯାଇଅଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ