ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ନିମାପଡ଼ା, (ସନ୍ତୋଷ ଦାଶ):କୁନି କୁନି ଶିଶୁମାନ ଙ୍କ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପାଠ ପଢୁଥିବା ବିଦ୍ୟାର୍ଥୀ ମାନଙ୍କ ପର୍ଯ୍ୟନ୍ତ ଶ୍ରୀମଦ୍ ଭଗବତ ଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସନାତନ ସଂସ୍କୃତି ତଥା ଧର୍ମ ର ପ୍ରଚାର ପ୍ରସାର କରିବା ନିମନ୍ତେ ବିଶ୍ଵ ପ୍ରସିଦ୍ଧ କ୍ରିୟା ଯୋଗୀ ତଥା ବିଶ୍ଵଶାନ୍ତି ଦୂତ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଙ୍କ ପ୍ରେରଣା ରେ ଦୀର୍ଘ ପାଞ୍ଚ ବର୍ଷ ଧରି ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।ଚଳିତବର୍ଷ ପଞ୍ଚମ ବାର୍ଷିକ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ୧୨୪ ଜଣ ବିଦ୍ୟାର୍ଥୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଚାରିଟି ବର୍ଗ କରାଯାଇଥିଲା।ଏ ବର୍ଗ ରେ ତୃତୀୟ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ,ବି ବର୍ଗ ରେ ଷଷ୍ଠ ଶ୍ରେଣୀ ଠାରୁ ନବମ ଶ୍ରେଣୀ,ସି ବର୍ଗ ରେ ନବମ ଶ୍ରେଣୀ ଠାରୁ+୨ ,ଡି ବର୍ଗ ରେ +୩ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।୧ମ, ୨ୟ, ୩ୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀ ଙ୍କୁ ଟ୍ରଫି, ସlର୍ଟିଫିକେଟ, ଏବଂ ଗୀତା ପ୍ରସାଦ ପ୍ରଦାନ କରାଯାଇଥିଲା। ଅଂଶ ଗ୍ରହଣ କରିଥିବା ପ୍ରତ୍ୟେକ ବିଦ୍ୟାର୍ଥୀ ଙ୍କୁ ଗୀତା ପ୍ରସାଦ ପୁସ୍ତକ ମଧ୍ୟ ପ୍ରଦାନ କରାଯାଇଥିଲା । ଓଡିଶା ବୈଦିକ ବ୍ରାହ୍ମଣ ପରିଷଦ ଯୁଗ୍ମ ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର ଏବଂ ଅଶୋକ ନାୟକ, ନିମାପଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଗୁରୁଜୀ ,ଗୁରୂମା ଙ୍କ ସହଯୋଗ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


