ଗୀତା ଜାଗରଣ ପରିଷଦ ଆନ୍ୟୁକୂଲ୍ୟରେ ରକ୍ଷା ବନ୍ଧନ ଓ ଗୋପୂଜା ପାଳନ
ଯାଜପୁର, (ଓ୍ବାଇଏନ୍ଏସ୍):ଗୀତା ଜାଗରଣ ପରିଷଦ ଆନ୍ୟୁକୂଲ୍ୟରେ ରକ୍ଷା ବନ୍ଧନ ଓ ଗୋପୂଜା ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆଇନ୍ ଜୀବୀ ଶ୍ରୀମତୀ ପ୍ରତିମା କର ସଭାପତିତ୍ୱ କରିଥିଲେ । ଶ୍ରୀମତୀ କର ତାଙ୍କ ବକ୍ତବ୍ୟରେ ଗୋମହାତ୍ମ୍ୟ ଓ ରକ୍ଷା ବନ୍ଧନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକ ପାତ କରିବା ସହ ‘ଗାବୋ ବିଶ୍ୱସ୍ୟ ମାତରଃ’ ଉକ୍ତି ସର୍ମ୍ପକରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଭାସ୍କର ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କୋଭିଡ଼୍-୧୯ ନିୟମକୁ ମାନି ଏବର୍ଷ ଗୋ ଚିକିତ୍ସା ସେବା ଓ ସଚେତନତା କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଥିବା କହିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ସ୍ତୋତ୍ର ପାଠ କରିବା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ଉଚିତ୍ ବୋଲି କହିଥିଲେ । ବର୍ତ୍ତମାନ କରୋନ ଭଳି ମହାମାରୀରୁ ରକ୍ଷା ପାଇବ ପାଇଁ ସମସ୍ତେ ସ୍ୱଚ୍ଛତା ଅବଳମ୍ବନ କରିବା ସହିତ ମାକ୍ସ ବ୍ୟବହାର କରିବା ଓ ସାମାଜିକ ଦୂରତ ରକ୍ଷା କରିବାକୁ କହିଥିଲେ । ଗଦାଧର ରାଉତ ତାଙ୍କ ବକ୍ତବ୍ୟରେ ଗହ୍ମାପର୍ବ ବଳଦେବଙ୍କ ଜନ୍ମ ହେଉଛି ଏକ ପ୍ରାଚୀନ ପରମ୍ପରା ଏହା କେଉଁ ଆବହମାନ କାଳରୁ ପାଳନ କରାଯାଉଅଛି । ଶ୍ରୀମତୀ ଆଶାଲତା ନନ୍ଦ, ବ୍ରଜକିଶୋର ମହାନ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସହସମ୍ପାଦକ ବୃନ୍ଦାବନ ମିଶ୍ର ଆଜି ଦିନର ଗୁରୁତ୍ୱ ସମ୍ପର୍କରେ ସମ୍ୟକ ବକ୍ତବ୍ୟ ରଖିଥିଲେ ଓ ଶେଷରେ ଧନ୍ୟବାଦ