ଗୀତା ଜୟନ୍ତୀରେ ସାମ୍ବାଦିକ କୃଣ୍ଣ କୁମାର ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାର ଐତିହ୍ୟ ସମ୍ପନ୍ନ ପରିଚ୍ଛା ମଠରେ ଗୀତା ଜୟନ୍ତୀ ବାଲମୁକୁନ୍ଦ କେନ୍ଦ୍ର ଦ୍ୱାରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ପରାମର୍ଶଦାତା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମି ନିତ୍ୟାନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆୟୋଜକ ତଥା ମନ୍ଦିର ପରିଚାଳକ ମୁରଲୀଧର ପରିଚ୍ଛା ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ୱାଧୀ ଗୀତାଦେବୀ,ସମ୍ମାନିତ ଅତିଥି ଭାବେ ସୀତାରାମ ମହାରାଜ,ଯୋଗଗୁରୁ ଲକ୍ଷ୍ମୀ ଚରଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ସହ ବିଭିନ୍ନ ପ୍ରତିଭା ସମ୍ପର୍ଣ୍ଣ ଥିବା ୭୨ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଏମାନଙ୍କ ସହ ସାମ୍ବାଦିକ ତଥା ସମାଜସେବୀ କୃଣ୍ଣ କୁମାର ବେହେରାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଯୁବ ପ୍ରତିଭା ଦେବଦତ୍ତ ବେବର୍ତ୍ତା ମଞ୍ଚକୁ ପରିଚାଳନା କରିଥିଲେ । କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସମେତ ସମସ୍ତ ସଦସ୍ୟ ମାନେ କାର୍ଯ୍ୟକ୍ରମ ସମ୍ପାଦନାରେ ସହେଯାଦଗ କରିଥିଲେ ।