ଗୀତା ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ସହରର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ରମ ମନ୍ଦିର ଓ ବଂଶଧାରା ନଦୀ କୂଳରେ ଥିବା ଜଗନ୍ନାଥ ମନ୍ଦିରରେ ଗୀତା ଜୟନ୍ତୀ ପାରମ୍ପାରିକ ରୀତିରେ ପାଳିତ ହୋଇଯାଇଛି । ରାମ ମନ୍ଦିରରେ କର୍ତ୍ତା ଭାବେ ଭାସ୍କର ସାମନ୍ତରାୟ ଯଜ୍ଞରେ ଆହୁତି ଦେଇଥିବା ବେଳେ ସନାତନ ମହାପାତ୍ର ଗୀତା ପାରାୟଣ କରିଥିଲେ । ସେହିଭଳି ଜଗନ୍ନାଥ ମନ୍ଦିରରେ ସୀମାଞ୍ଚଳ ପାଢୀଙ୍କ ଦ୍ୱାରା ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସଂପନ୍ନ ହୋଇଥିଲା । ମୁଖ୍ୟ କର୍ତ୍ତା ଭାବେ ମହନ୍ତ ପଦ୍ମଚରଣ ଦାସ ଓ କର୍ତ୍ତା ଭାବେ ସୁବାସ ବିଶ୍ୱସରାୟ ଓ ସୁରେଶ ବିଶ୍ୱସରାୟ ଯଜ୍ଞାହୁତି ଦେଇଥିଲେ । ପ୍ରଶାନ୍ତ ମିଶ୍ର ଗୀତା ପାରୟଣ କରିଥିବା ବେଳେ ଆର୍‌.ଲାଉଡୁ, ବି. ଗୋପାଳ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ