ଗୀତ ଶୁଣି କୋମାରୁ ଉଠିଲେ ମହିଳା

ମଣିଷ ଜୀବନରେ ଅନ୍ୟ ସମସ୍ତ ଜିନିଷ ପରି ସଙ୍ଗୀତର ମଧ୍ୟ ଏକ ବିଶେଷ ମହତ୍ୱ ରହିଛି । ଯଦି ଆପଣ ଦୁଃଖରେ ଥାନ୍ତି, ତେବେ ଗୀତ ଶୁଣିସାରିବା ପରେ ଆପଣଙ୍କ ମନ ହାଲୁକା ଲାଗିବା ସହିତ ପ୍ରଫୁଲ୍ଲ ହୋଇଯାଇଥାଏ । କିଛି ବ୍ୟକ୍ତିଙ୍କୁ ସଙ୍ଗୀତ ଅଧିକ ପସନ୍ଦ ଆସୁଥିବା ବେଳେ କିଛି ବ୍ୟକ୍ତି ଏହାକୁ କମ୍ ପସନ୍ଦ କରିଥାନ୍ତି । ତେବେ ସଙ୍ଗୀତ କୌଣସି ରୋଗକୁ ଠିକ୍ କରିଦେବା କଥା ଆପଣ ବହୁତ କମ୍ ଶୁଣିଥିବେ । କିନ୍ତୁ ଏପରି ଏକ ସତ ଘଟଣା କୋଲକାତାରେ ଦେଖିବାକୁ ମିଳିଛି । ଯାହାକୁ ଆପଣ ଚମକ୍ରାର ବୋଲି ମଧ୍ୟ କହିପାରିବେ । କୋଲକାତାର ଏସ୍ଏସ୍କେଏମ୍ ହସ୍ପିଟାଲରେ ଜଣେ ୨୧ ବର୍ଷୀୟ ମହିଳା ସଙ୍ଗୀତା ଦାସ ଅନେକ ଦିନ ଧରି କୋମାରେ ପଡ଼ି ରହିଥିଲେ । ଡାକ୍ତର ତାଙ୍କର ଭଲ ହେବାର ସମସ୍ତ ଆଶା ଛାଡ଼ିଦେଇଥିଲେ । ତେବେ ଶେଷରେ ଡାକ୍ତରମାନେ ମ୍ୟୁଜିକ୍ ଥେରାପି ପ୍ରୟୋଗ କରିବାକୁ ଚିନ୍ତା କରିଥିଲେ । ଆଉ ଏହି ପଦ୍ଧତି ଫଳପ୍ରଦ ହୋଇଥିଲା । ଯେଉଁ ଘଟଣା ବର୍ତ୍ତମାନ ଏହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୋମାରେ ଥିବା ମହିଳା ସଙ୍ଗୀତାଙ୍କୁ ଦିନକୁ ତିନିଥର ସଙ୍ଗୀତ ଶୁଣାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ଏଥିପାଇଁ ପଦ୍ମ ପୁରସ୍କାର ବିଜୟିନୀ ଲୋକପ୍ରିୟ ଭାଓଲିନ୍ ବାଦିକା ଏନ୍.ରାଜମ୍ଙ୍କୁ ସଙ୍ଗୀତ ଶୁଣାଇବା ପାଇଁ ପରିବାର ଲୋକ ଅନୁରୋଧ କରିଥିଲେ । ଏନ୍.ରାଜମ୍ଙ୍କ ଭାଓଲିନ୍ ଶୁଣିବା ପରେ ସଙ୍ଗୀତା କୋମାରୁ ବାହାରି ବର୍ତ୍ତମାନ ସୁସ୍ଥ ହୋଇଛନ୍ତି । ଏହି ଘଟଣା ପରେ ଏନ୍. ରାଜମ୍ ନିଜର ଖୁସି ଜାହିର୍ କରିଛନ୍ତି । ସେ କହିଛନ୍ତି, “ମୁଁ ବହୁତ ପଇସା ରୋଜଗାର କରିଛି । ବହୁତ ଆୱାର୍ଡ ମଧ୍ୟ ପାଇଛି । କିନ୍ତୁ କେବେ ଭାବି ନ ଥିଲି ଯେ, ମୋ ଭାଓଲିନ୍ ଦ୍ୱାରା ଜଣେ ରୋଗୀକୁ ଏକ ନୂଆ ଜୀବନ ମିଳିପାରିବ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ମା ଭାବନାକୁ ଶବ୍ଦରେ କହିପାରିବି ନାହିଁ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ