ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀ
ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ଅନ୍ବେଶୀ ଜୈନ୍ ଅଧିକାଂଶ ସମୟ ନିଜ ହଟ୍ ଫଟୋ ଦ୍ବାରା ସୋସିଆଲ ମିଡିଆର ତାପମାତ୍ରା ବଢାନ୍ତି। ଏକତା କପୁରଙ୍କ ୱେବ ସିରିଜ ‘ଗନ୍ଦି ବାତ ୨’ରେ ଅନ୍ବେଶୀ ଜୈନଙ୍କ ବୋଲ୍ଡ ସିନ୍ ଅନେକ ଦର୍ଶକଙ୍କୁ ଘାୟଲ କରିଥିଲା। ‘ଗନ୍ଦି ବାତ ୨’ରେ ଅଭିନୟ କରି ସେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ। କେବଳ ଫିଲ୍ମରେ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ବୋଲ୍ଡ ଫଟୋ ଭାଇରାଲ ହୋଇଛି। ୨୦୧୯ ମସିହାରେ ଅନ୍ବେଶୀଙ୍କ ନାଁ ଗୁଗୁଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଅଭିନେତ୍ରୀଙ୍କ ଲିଷ୍ଟରେ ସାମିଲ ଅଛି। ଗତ ବର୍ଷ ମୋବାଇଲ ଓ କମ୍ପ୍ୟୁଟରରେ ତାଙ୍କୁ ୩୦ ମିଲିୟନ ଥର ସର୍ଚ୍ଚ କରାଯାଇଛି।