ଗୁଗୁଲ ଡୁଡୁଲରେ ଡା. ହରବଟ କ୍ଲେବର
ଗୁଗୁଲ ଆଜି ଡୁଡୁଲ ତିଆରି କରି ଆମେରିକାର ପ୍ରସିଦ୍ଧ ଡା. ହରବଟ କ୍ଲେବରଙ୍କୁ ମନେପକାଇଛି । ଡା. ହରବଟ କ୍ଲେବର ନିଶା ସେବନକାରୀଙ୍କ ନିଶା ଛଡାଇବାରେ ସଫଳତା ପାଇଥିଲେ । ନ୍ୟାସନାଲ ମେଡିସିନ ଏକାଡେମିର ସଦସ୍ୟ ଭାବେ ନିର୍ବାଚିତ ହେବାର ୨୩ତମ ବର୍ଷ ଅବସରରେ ଗୁଗୁଲ ଏହି ସମ୍ମାନ ପ୍ରଦାନ କରିଛି ।
ଗୁଗୁଲର ଏହି ଡୁଡୁଲରେ ଜଣେ ଡାକ୍ତର ଓ ଅନ୍ୟଜଣେ ରୋଗୀ ବସିଛି । ଡାକ୍ତର ସେହି ରୋଗୀର ସମସ୍ୟାକୁ ଗୋଟିଏ ନୋଟରେ ଲେଖୁଛନ୍ତି । ରୋଗୀର ପଛଭାଗରେ କିଛି ଛବି ରହିଛି ଯାହା ବ୍ୟକ୍ତିମାନେ ନିଶାର ଅଭ୍ୟାସରୁ ବାହାରୁଥିବା ଜଣାପଡିଛି ।
ଡା. ହରବଟ କ୍ଲେବର ୧୯୩୪ ମସିହା ଜୁନ ୧୪ ତାରିଖରେ୍ ପିଟୁସବର୍ଗଠାରେ ଜନ୍ମଗ୍ରହଣ କରିଥିଲେ ।
ଡା. ହରବଟ କ୍ଲେବର ଏଲ ୟୁନିଭର୍ସିଟିରେ ୧୯୬୮ରୁ ୧୯୮୯ ପର୍ଯ୍ୟନ୍ତ ମନୋଚିକିତ୍ସାକେନ୍ଦ୍ରର ପ୍ରଫେସର ଥିଲେ ।