ଗୁଜରାଟ ବିଶ୍ୱବିଦ୍ୟାଳୟ ତରଫରୁ ଡଃ.ତିରୁପତି ପାଣିଗ୍ରାହୀଙ୍କୁ ସଫଳ ଉଦ୍ୟୋଗ ଆୱାର୍ଡ ୨୦୨୦ ପ୍ରଦାନ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ପାରଳା ସ୍ୱାଭିମାନ ମଞ୍ଚର ଅଧ୍ୟକ୍ଷ ତଥା ହାଇଟେକ୍ ଗୃପର ପ୍ରତିଷ୍ଠାତା ଡଃ.ତିରୁପତି ପାଣିଗ୍ରାହୀଙ୍କୁ ଗୁଜରାଟ ବିଶ୍ୱବିଦ୍ୟାଳୟ ତରଫରୁ ସଫଳ ଉଦ୍ୟୋଗ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଥିବା ଜଣାଯାଇଛି । ଗୁଜରାଟର ବିକେ ସ୍କୁଲ ଅଫ ବିିଜିନେସ୍ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସଫଳ ଉଦ୍ୟୋଗୀ ଆୱାର୍ଡ ୨୦୨୦ ମାନପତ୍ର ସହ ଡଃ.ପାଣିଗ୍ରାହୀଙ୍କୁ ସମ୍ମାନୀତ କରାଯାଇଛି । ଗୁଜରାଟ ବିଶ୍ୱବିଦ୍ୟାଳୟର ସିନେଟ ହଲରେ ଆୟୋଜିତ ଆନ୍ତର୍ଜାତୀୟ ଯୁବ ସମ୍ମିଳନୀ ଅବସରରେ ଏହି ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳପତି ଡଃ.ହିମାଂସୁ ପାଣ୍ଡିଆ ଏହା ପ୍ରଦାନ କରିଛନ୍ତି । ପୁରସ୍କୃତ ହେବା ପରେ ଡଃ.ତିରୁପତି ପାଣିଗ୍ରାହୀ କହିଛନ୍ତି ଏହି ସଫଳତା ତାଙ୍କର ନୁହେଁ । ଏହି ସଫଳତା ଓଡିଶାବାସୀଙ୍କର ଅଟେ । ତେଣୁ ଓଡିଶାବାସୀଙ୍କ ପାଇଁ ଏହି ପୁରସ୍କାରଟି ଉତ୍ସର୍ଗ କରୁଛି । ଗତ ୪୦ବର୍ଷ ଧରି କେବେବି ପୁରସ୍କାର ପଛରେ ଗୋଡାଇ ନାହିଁ ବରଂ କର୍ତ୍ତବ୍ୟ କରି ଚାଲିଛି । ପୁର୍ବ ଭାରତର ପ୍ରଥମ ବେସରକାରୀ ମେଡିକାଲ କଲେଜ ଗଠନ କରିବାରେ ସଫଳ ହୋଇ ସାରା ଓଡିଶାର ଲୋକଙ୍କ ସେବା କରିବା ପାଇଁ ସବୁ ବେଳେ ଉଦ୍ୟମ ଜାରି ରଖିଛି । ଡଃ.ପାଣିଗ୍ରାହୀଙ୍କୁ ଏହି ସମ୍ମାନ ମିଳିବା ନେଇ ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାର ବହୁ ମାନ୍ୟଗନ୍ୟ ବ୍ୟକ୍ତି,ବହୁ ଅନୁଷ୍ଠାନ ତାଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ ଜଣାଇଛନ୍ତି ।


