ଗୁଜରାଟ ସରକାରଙ୍କ ପକ୍ଷରୁ ଓଡ଼ିଆ ଶିକ୍ଷକ ସମ୍ମାନୀତ

ବୁଗୁଡା,(ଅନିଲ କୁମାର ମହାରଣା): ଗୁଜରାଟ ସରକାରଙ୍କ ପକ୍ଷରୁ ସୁରତ ମହାନଗର ନିଗମର ଓଡ଼ିଆ ଶିକ୍ଷକ ଅଜୟ କୁମାର ମହାପାତ୍ରଙ୍କୁ ୭୪ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରତିଭାଶାଳୀ ଶିକ୍ଷକ ଭାବେ ପ୍ରମାଣପତ୍ର ସହ ସମ୍ମାନୀତ କରାଯାଇଛି। ଓଡ଼ିଶାର ଭଦ୍ରକ ଜିଲ୍ଲାର ଚୁଡାମଣି ଗ୍ରାମର ଓଡ଼ିଆ ପୁଅ ଅଜୟ କୁମାର ମହାପାତ୍ର ଦୀର୍ଘ ୩୫ ବର୍ଷ ସୁରତରେ ରହିବା ସହ ୩୨ ବର୍ଷ ହେଲା ସୁରତ ମହାନଗର ନିଗମ ପରିଚାଳିତ ସିଦ୍ଧାର୍ଥ ନଗର ବିଦ୍ୟାଳୟ ନମ୍ବର ୨୫୮ରେ ଓଡ଼ିଆ ସ୍କୁଲରେ କାର୍ଯ୍ୟକରି ଆସୁଛନ୍ତି। ୨୦୦୨ ମସିହାରୁ ସ୍କୁଲର ପ୍ରିନିସପାଲ ଦାୟିତ୍ୱ ଗ୍ରହଣ କରି ଉତ୍ତମ ଶିକ୍ଷାଦାନ ସହ ସ୍କୁଲରେ ଗୁରୁକୂଳ ପରିବେଶ ସୃଷ୍ଟି କରି ବେଶ ସୁନାମ ଅର୍ଜନ କରିଥିବା ବେଳେ ଗୁଜରାଟ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦ ଶିକ୍ଷା ବର୍ଷର ପ୍ରଭାବଶାଳୀ ଶିକ୍ଷକ ଭାବେ ପ୍ରମାଣ ପତ୍ର ସହ ସମ୍ମାନ ପାଇ ଓଡ଼ିଆମାନଙ୍କ ପାଇଁ ଗୌରବ ଆଣିପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ