ଗୁଜୁରାଟରେ ନାଗରିକତା ଆଇନ କାର୍ଯ୍ୟକାରୀ !
ନାଗରିକତା ସଂଶୋଧନ ବିଲ ଆଇନରେ ପରିଣତ ହେବା ପରେ ସମଗ୍ର ଦେଶରେ ଆନ୍ଦୋଳନର ନିଆଁ ବ୍ୟାପିଥିବାବେଳେ ପ୍ରଥମ ରାଜ୍ୟ ଭାବରେ ଏହି ଆଇନ ଗୁଜୁରାଟରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଶୁକ୍ରବାରଠାରୁ ଏହି ଆଇନ ଅଧୀନରେ ପାକିସ୍ତାନରୁ ଆସି ଗୁଜରାଟର ଗାନ୍ଧୀ ଧାମ ଏବଂ କଚ୍ଛରେ ରହୁଛନ୍ତି ୩୫୦୦ ହିନ୍ଦୁ ଶରଣାର୍ଥୀଙ୍କର ନାଗରିକତା ପଞ୍ଜୀକରଣ କରାଯିବା । ପଞ୍ଜୀକରଣ ସମୟରେ କେନ୍ଦ୍ର ମନ୍ତ୍ରୀ ମନସୁଖ ମଣ୍ଡଭିୟା ମଧ୍ୟ ଉପସ୍ଥିତ ରହିବେ। ସୁଚନାନୁସାରେ , ପାକିସ୍ତାନରୁ ଆସି ଗୁଜୁରାଟର କଚ୍ଛ , ମୋରବୀ , ରାଜକୋଟ , ବନାସକାଣ୍ଠା ଆଦି ବିଭିନ୍ନ ଅଞ୍ଚଳରେ ରହୁଥିବା ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବା । ଏହି ଶରଣାର୍ଥୀମାନେ ହିନ୍ଦୁ ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କୁ ପାକିସ୍ତାନରୁ ତଡ଼ି ଦିଆଯାଇଥିଲା ।


