ଗୁଜୁରାଟ କଂଗ୍ରେସକୁ ଧକ୍କା, ପୁଣି ୨ ବିଧାୟକଙ୍କ ଇସ୍ତଫା

ଗାନ୍ଧିନଗର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସକୁ ଧକ୍କା ଲାଗିଛି । ଏହାର ୨ ବିଧାୟକ ବଲସାଦର କପ୍ରଡ଼ାରୁ ନିର୍ବାଚିତ ଜିତୁ ଚୌଧୁରୀ ଓ ବଦୋଦରାର କରଜନରୁ ନିର୍ବାଚିତ ଅକ୍ଷୟ ପଟେଲ ଦଳ ତ୍ୟାଗ କରିଛନ୍ତି । ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ କହିଛନ୍ତି ଯେ ଜିତୁ ଓ ଅକ୍ଷୟଙ୍କ ଇସ୍ତଫାପତ୍ର ଗୃହୀତ ହୋଇଛି । ଆସନ୍ତା ୧୯ ତାରିଖରେ ରାଜ୍ୟର ୪ ଆସନ ପାଇଁ ନିର୍ବାଚନ ହେବାକୁ ଅଛି । କଂଗ୍ରେସର ୪ ବିଧାୟକ ଗତ ମାର୍ଚ୍ଚରେ ଇସ୍ତଫା ଦେଇଥିଲେ । ଏବେ ଦଳର ବିଧାୟକ ସଂଖ୍ୟା ୬୬ ରହିଛି । ଏହା ଦ୍ୱାରା ଦଳ ଗୋଟିଏ ରାଜ୍ୟ ସଭା ଆସନରେ ବିଜୟଲାଭ କରିବା ନିଶ୍ଚିତ ରହିଛି । ବିଧାନସଭାରେ ସମ୍ପ୍ରତି ୯ ଆସନ ଶୂନ୍ୟ ରହିଛି । ଦୁଇ ବିଧାୟକଙ୍କ ଦଳ ତ୍ୟାଗ ପାଇଁ କଂଗ୍ରେସ ବିଜେପିକୁ ଦାୟୀ କରିଛି । ଲୋଭ ଦେଖାଇ ଏହା କଂଗ୍ରେସରେ ବିଭାଜନ ଉଦ୍ୟମ ଚଳାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ୧୮୨ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୧୦୩ ଥିବା ବେଳେ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ଅନ୍ୟୁନ ୩୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ବିଜେପି ଦୁଇଟି ଆସନ ହାସଲ କରିବା ନିଶ୍ଚିତ ଥିବା ବେଳେ ତୃତୀୟ ଆସନ ପାଇବା ସହଜ ହେବ ବୋଲି ବିଚାର କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ