ଗୁଜୁରାଟ ମୋର୍ବୀ ଝୁଲାପୋଲ ଦୁର୍ଘଟଣାରେ ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ବେଲଗୁଣ୍ଠା, , (ସନ୍ତୋଷ ବିଶୋଇ):ରବିବାର ରାତିରେ ଘଟିଯାଇଛି ଗୁଜୁରାଟ ମୋର୍ବୀ ଝୁଲାପୋଲ ଟ୍ରାଜେଡ଼ି I ସୂଚନା ପ୍ରକାରେ ଏହି ଝୁଲାପୋଲର କ୍ଷମତା ୨୦୦ ଲୋକଙ୍କ ପାଇଁ ଥିବା ବେଳେ ଏହାରି ଉପରେ ୪୦୦ ରୁ ଊର୍ଦ୍ଧ୍ୱ ଲୋକ ରହିଯିବାରୁ ଝୁଲାପୋଲଟି ନଦୀ ମଝିରେ ଭାଙ୍ଗି ପଡ଼ିଥିଲା I ଫଳରେ ୨୦୦ ରୁ ଊର୍ଦ୍ଧ୍ୱ ଲୋକ ନଦୀ ମଧ୍ୟକୁ ଖସି ପଡିଥିଲେ I ସେଥି ମଧ୍ୟରୁ ଆଜି ସୁଦ୍ଧା ୧୪୧ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଶତାଧିକ ଲୋକ ନିଖୋଜ ଥିବା ସନ୍ଦେହ କରାଯାଉଛି I ବର୍ତ୍ତମାନ ଉଦ୍ଧାର କରାଯାଇଥୁବା ୧୪୧ ଜଣ ମୃତକଙ୍କ ମଧ୍ୟରୁ ୫୦ ଜଣ ଶିଶୁ ରହିଥିବା ଜଣାପଡିଛି I ଆଜି ଏହି ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ନିମନ୍ତେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏବଂ ଶ୍ରୀ ଶ୍ରୀ ଶ୍ରୀ ଆନନ୍ଦ କବିଚନ୍ଦ୍ର ଦଣ୍ଡକାଳୀ ନାଟ୍ୟ ପରିଷଦ ପକ୍ଷରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା କରାଯାଇଛି I ଆଜି ଏହି କ୍ଯାଣ୍ଡେଲ ଶୋଭାଯାତ୍ରାରେ ବେଲଗୁଣ୍ଠା ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ,କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ର, ବେଲଗୁଣ୍ଠା ପ୍ରେସକ୍ଲବ ସଭପାତି ପ୍ରଦ୍ୟୁମ୍ନ ପାତ୍ର,କାଉନସିଲର୍ ଦିବ୍ୟ ରଞ୍ଜନ ଦାସ, ଦିଲ୍ଲୀପ ଆଚାରୀ, ପ୍ରଦୀପ ସେଠୀ, ରଂଜିତ୍ ସାମଲ,ପୂର୍ବତନ ରୋଟାରୀ କ୍ଲବ୍ ସଭାପତି ଦେବୀ ପ୍ରସାଦ ପାତ୍ର, ଶଙ୍କର ଦଳାଇ, ଶଙ୍କର ବେହେରା, ପ୍ରକାଶ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ବେହେରା, ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ, ଗୟାଚାନ୍ଦ ସାହୁ, ଭି ସତ୍ୟ, ସୂର୍ଯ୍ୟନାରାୟଣ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ I ଏହି ଶୋଭାଯାତ୍ରା ବଡ଼ ଦାଣ୍ଡରୁ ଆରମ୍ଭ ହୋଇଥିଲା I କାର୍ଯ୍ୟକ୍ରମରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଜଗନ୍ନାଥଙ୍କୁ ପ୍ରାର୍ଥାନା କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ