ଗୁଟୁଖା ଏବଂତମାଖୁ ବ୍ୟବସାୟୀ ଙ୍କୁ ଛାଡି ପାନଦୋକାନ ଉପରେ ଚଢ଼ାଉ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କାକଟପୁର ଅଞ୍ଚଳରେ ବେଆଇନ ଭାବରେ ବିକ୍ରୟ କରୁଥିବା ଗୁଟୁଖା ଏବଂ ତମାଖୁ ବ୍ୟବସାୟୀଙ୍କ ଗୋଦାମ, ବ୍ୟବସାୟ ପ୍ରତିଷ୍ଠାନ କୁ ଛାଡ଼ି କେବଳ ଖୁଚୁରା ବିକ୍ରୟ କରୁଥିବା ପାନ ଦୋକାନ ଉପରେ ଲୋକ ଦେଖାଣିଆ ଚଢ଼ାଉ କରାଯାଇଛି l ଚଢ଼ାଉ ସମୟରେ କୋଡିଏ ରୁ ଉର୍ଦ୍ଧ୍ୱ ଦୋକାନୀ ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚୋରା ତମାଖୁ ଓ ଗୁଟୁଖା ଜବତ କରାଯାଇଥିଲା l ଜବତ ଦୋକାନୀ ଙ୍କ ଠାରୁ ଜୋରିମାନା ବାବତ ୩୭୫୦ ଟଙ୍କା ଆଦାୟ କରାଯାଇଥିବାବେଳେ ଅନେକ ଦୋକାନୀ ଦୋକାନ ବନ୍ଦ କରି ପଳାଇଯାଉଥିବା ଦେଖିବାକୁ ମିଳିଥିଲା l କାକଟପୁର , ଅସ୍ତରଙ୍ଗ, ନିମାପଡା, ଗୋପ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ଦିନ ଧରି କିଛି ବ୍ୟବସାୟୀ ନକଲି ଗୁଟୁଖା ଓ ତମାଖୁ ବେଆଇନ ଭାବେ ବ୍ୟବସାୟ କରି ଜନସାଧାରଣଙ୍କ ଜୀବନ ସହ ଖେଳି ଆସୁଥିଲେ ମଧ୍ଯ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି ତେବେ ଏସବୁ କୁ ମହଜୁଦ ରଖୁଥିବା ବ୍ୟବସାୟୀ ଙ୍କୁ ଛାଡ଼ି କେବଳ ଲୋକ ଦେଖାଣିଆ ଭାବେ ଖୁଚୁରା ବିକ୍ରୟ କରୁଥିବା ପାନ ଦୋକାନ ଉପରେଚଢାଉ କରାଯାଉଛି l ଏଣୁ ଏହି ଚଢାଉ ର ସୁଫଳ ମିଳୁନାହିଁ ବୋଲି କୁହାଯାଉଛି।ଏହି ଚଢ଼ାଉ ସମୟରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତ୍ୟୁଷ ରଞ୍ଜନ ତରେନିଆ, ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ବିଶ୍ୱାଳ, ତମାଖୁ କାଉନସିଲର ମାନସ କୁମାର ପଣ୍ଡା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରବିନାରାୟଣ ନାୟକ, କାକଟପୁର ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକ ଏବଂ ଥାନାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l


