ଗୁଣପୁରକୁ ନୂତନ ବ୍ଲକ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର

ଥୁଆମୂଳ ରାମପୁର,(ରଥ ଦୁରୀଆ): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଗୁଣପୁର କୁ ନେଇ ନୂତନ ବ୍ଲକ ଗଠନ ର ଦାବି ଉଠିଛି । ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଏହି ଅଞ୍ଚଳ ସ୍ବାଧିନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲୋକେ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ଗମନା କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଥବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଥୁଆମୁଳ ରାମପୁର ସ୍ବାସ୍ଥ୍ୟ କେନ୍ଦ୍ର କହିଲେ କେବଳ ଗୋଟିଏ ମାତ୍ର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଅଛି, ସାମାନ୍ୟ ରୁ ସାମାନ୍ୟ ଜୋର ହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ଡାକ୍ତର ଖାନକୁ ସ୍ଥାନନ୍ତର କରାଯାଉଥିବା ଅଭିଯୋଗ ହୋଇଛି । ଭୌଗଳିକ ଦୃଷ୍ଟି କୋଣରୁ ଥୁଆମୂଳ ରାମପୁର ର ପରିସୀମା ୨୪ ଗୋଟି ଗ୍ରାମ ପଞ୍ଚାୟତ କୌଣସି ଏକ ସବଡିଭିଯନ୍ ଠାରୁ କମ୍ ନୁହଁ।ଏହାର ପରିସୀମା ରାୟଗଡାରୁ, ନବରଙ୍ଗପୁର କଳାହାଣ୍ଡି ଛୁଇଁଛି ଥିବାବେଳେ ଲୋକେ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ ରେ ସଦର ମହକୁମା ଯାଇ ସନ୍ଧ୍ୟାହୋଇଗଲେ ରସ୍ତକୋଡରେ ଭୋକିଲା ପେଟରେ ରାତ୍ରିଯାପନ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । କାରଣ ଥୁଆମୂଳ ରାମପୁର ରେ ସେଭଳି ଯାତ୍ରୀ ନିମନ୍ତେ ରହିବାର କୌଣସି ସୁବିଧା ନାହିଁ । ଏଣୁ ୧୦ ଗୋଟି ପଞ୍ଚାୟତ ଯଥା – ଗୁଣପୁର, କାନିଗୁମା, ଥୁଆମୂଳ,ସିନ୍ଧିପଦର୍, କେରପାଇ , ତାଲଆମପଦର୍, ନାକରୁଣ୍ଡି,ସିଲେଟ, କର୍ଲାପାଟ, କିଆପଦର୍ କୁ ନେଇ ଗୁଣପୁର ଠାରେ ଏକ ସ୍ଵତନ୍ତ୍ର ବ୍ଲକ ଗଠନ ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାପାଳ ଏବଂ ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ ଙ୍କୁ ଏକ ଗ୍ରାମ ବାସୀ ଦାବି ଦାବିପତ୍ର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ