ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ବୌଦ୍ଧିକ ଜ୍ଞାନର ବିକାଶ ଜରୁରୀ

ଛତ୍ରପୁର ,(ଓ୍ବାଇଏନ୍ଏସ୍): ବ୍ରହ୍ମପୁର ସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ ମଣିଷର ଜୀବନକୁ ପରିବର୍ତ୍ତନ କରିବା କାରଖାନା । ଆଜିର ପୃଥିବୀରେ ଡିଜିଟାଲ ଭିତ୍ତିଭୂମିର ବିକାଶ ସହିତ ବୌଦ୍ଧିକ ଜ୍ଞାନର ବିକାଶ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆବଶ୍ୟକତା ରହିଛି ବୋଲି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ରଠାରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ଅବସରରେ ଜଣାଇଥିଲେ । ଗଞ୍ଜାମ ଜିଲ୍ଲା ଗସ୍ତ କରି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ଇଡକୋ, ଦକ୍ଷତା ବିକାଶ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ସଚ୍ଚିବ ସଞ୍ଜୟ କୁମାର ସିଂ ସୋମବାର ଗଞ୍ଜାମ ଜିଲ୍ଲା ଗସ୍ତକରି ଏନ୍.ଟି.ଟି.ଏଫ୍. ର ଗୋପାଳପୁର ସେଣ୍ଟର ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ଘେନି ସମୀକ୍ଷା କରିଥିଲେ । ଏଠାରେ ନୂତନ ବିଷୟବସ୍ତୁ ପାଠ୍ୟକ୍ରମର ଆବଶ୍ୟକତା ନେଇ ଏନ୍.ଟି.ଟି.ଏଫ୍. (Nuteer Technical Training Foundation) ର କର୍ତ୍ତୃପକ୍ଷ ପ୍ରସ୍ତାବ ମାନ ଉପସ୍ଥାପନ କରିଥିଲେ । ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ମାନଙ୍କରେ ସ୍ବଳ୍ପ ଖର୍ଚ୍ଚ କରି ଛାତ୍ରଛାତ୍ରୀ ମାନେ ଯେଉଁ ଶିକ୍ଷା ଲାଭ କରିପାରୁଛନ୍ତି ସେହିଭଳି ଏହାର ଭିତ୍ତିଭୂମିକୁ ଗଠନ କରିବା ନେଇ ଶ୍ରୀ ବାଗଚୀ ଏବଂ ଦକ୍ଷତା ବିକାଶର ସଚ୍ଚିବ ଶ୍ରୀ ସିଂ ଗୁରୁତ୍ବ ଆରୋପ କରି ଏହାକୁ ଉତ୍କର୍ଷତା କେନ୍ଦ୍ରରୂପେ ଗଢିତୋଳିବାକୁ ପରାମର୍ଶ କରିଥିଲେ । ଏହି କେନ୍ଦ୍ରରେ ଓଡିଶାର ଯୁବକଯୁବତୀ ଶିକ୍ଷାଲାଭ କରି ସେମାନଙ୍କ ଗୁଣାତ୍ମକ ମାନର ବିକାଶ କରିବା ସହିତ ଜଣେଦକ୍ଷ କୁଶଳୀରୂପେ ନିଜକୁ ଗଢିତୋଲିପାରିବେ ଏବଂ ଆତ୍ମନିର୍ଭରଶୀଳ ହୋଇପାରିବେ । ପରେପରେ ଶ୍ରୀ ବାଗଚୀ ଏବଂ ଶ୍ରୀ ସଞ୍ଜୟ କୁମାର ସିଂ ବ୍ରହ୍ମପୁର ସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନ ପରିଭ୍ରମଣ ସହିତ କୁଶଳୀ ଯୁବକ ଯୁବତୀ ମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପରିଦର୍ଶନ କରିଥିଲେ । ଇଡକୋ ସହାୟତାରେ ଉଚ୍ଚ କୋଟୀର ନବନିର୍ମିତ ଛାତ୍ରୀନିବାସର ଶୁଭ ଉଦଘାଟନ କରିଥିଲେ । ଯେଉଁ ଛାତ୍ରୀନିବାସରେ ସମସ୍ତ ପ୍ରକାର ସୁବିଧାମାନ ରହିଛି । ଇଣ୍ଡୋର ଏବଂ ଆଉଟ୍ ଡୋର୍ ଖେଳର ସୁବିଧା ଏବଂ କମ୍ପ୍ୟୁଟର ସୁବିଧାମାନ ଥାଇ ଉକ୍ତ ଛାତ୍ରୀନିବାସ ନିର୍ମିତ ହୋଇଛି । ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଇନଭର୍ଟର ଆଲୁଅ ବ୍ୟବସ୍ଥାର କୁଶଳୀ କାର୍ଯ୍ୟ ଦେଖି ଉଚ୍ଚ ପ୍ରଶଂସା କରିଥିଲେ । ଯାହାକି ମାତ୍ର ୧୨୦ ଟଙ୍କାରେ ପ୍ରସ୍ତୁତ ହୋଇଛି ଏବଂ ଘରେ ଆଲୁଅ ନଥିଲେ ଉକ୍ତ ଆଲୁଅ ଜାଳିହେବ ଓ ଇନଭର୍ଟରର ଆବଶ୍ୟକତା ପଡିବ ନାହିଁ । ଶିଳ୍ପ ତାଲିମ କେନ୍ଦ୍ର ଅନୁଷ୍ଠାନ ଠାରେ ଏସିଆର ସର୍ବ ବୃହତ ବର୍ଯ୍ୟବସ୍ତୁ ପାର୍କ ରେ ସର୍ବ ବୃହତ ଭାରତ ମାନଚିତ୍ର ଉଦଘାଟନ କରିତିଲେ । ଏଠାରେ ପ୍ରକାଶ ଥାଉକି ଗତ ୨୦୨୦ମସିହା ଜାନୁୟାରୀ ମାସ ୩ ତାରିଖରେ ଏହି ବର୍ଯ୍ୟବସ୍ତୁ ପାର୍କଟିର ଉଦଘାଟନ ଶ୍ରୀ ବାଗଚୀଙ୍କ ଦ୍ବାରା ହୋଇଥିଲା । ଏଠାରେ ଆୟୋଜିତ ସଭାକାର୍ଯ୍ୟରେ ଯୋଗଦାନ କରି ଦକ୍ଷତା ବିକାଶ ସଚିବ ଶ୍ରୀ ସିଂ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ପ୍ରଶଂସା କରି ଆଜିର ପୃଥିବୀରେ ଡିଜିଟାଲ ଭିତ୍ତିଭୂମିର ବିକାଶ ସହିତ ଭୌତିକ ଭିତ୍ତିଭୂମିର ଆବଶ୍ୟକତା ଉରପରେ ଆଲୋକପାତ କରିଥିଲେ । ଯୁବକ ଯୁବତୀ ଗଣ ବୈଷୟିକ ଶିକ୍ଷା ଗ୍ରହଣ କରି ଆତ୍ମ ନିର୍ଭରଶୀଳ ହୋଇପାରିବେ । ଶିଳ୍ପ ତାଲିମ ଅନୁଷ୍ଠାନ ମାନଙ୍କରେ ଅନ୍ତତଃପକ୍ଷେ ୩୩ ପ୍ରତିଶତ ଯୁବତୀଗଣ ଶିକ୍ଷାଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ | ଏହି ଅବସରରେ ଶିଳ୍ପତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ରଜତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡଃ ସିଦ୍ଧେଶ୍ବର ବଳୀରାମ ବନ୍ଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ୍ବ କିର୍ତ୍ତୀ ଭାସନ, ଏନ୍.ଟି.ଟି.ଏଫ୍. ର ସିନିୟର୍ ଜେନେରାଲ ମ୍ୟାନେଜର ଅନୀଲ କୁମାର, ସ୍କିଲ ଡେଭଲପମେଣ୍ଟର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ବି.ଭି.ସୁଦର୍ଶନ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ