ଗୁଣିଗାରେଡ଼ିକୁ ନେଇ ଦାନ୍ତ ଭାଙ୍ଗି ବିଷ୍ଠା ଖୂଆଇଲେ
ଖଲ୍ଲିକୋଟ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁରରେ ଗୁଣିଗାରେଡି ସଂନ୍ଦେହରେ ଗ୍ରାମବାସୀ ୬ ଜଣଙ୍କୁ ଦାନ୍ତ ଭାଙ୍ଗି ମାଡ ମାରିବା ସହ ବିଷ୍ଠା ଖୁଆଇଥିବା ଘଟଣାରେ ପୋଲିସ ଗ୍ରାମର ୨୯ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ଗ୍ରାମର ୭ ଜଣ ପୁରୁଷ ରହିଥିବା ବେଳେ ୨୨ ଜଣ ମହିଳା ରହିଛନ୍ତି ।ମିଳିଥିବା ଖବର ଅନୁଯାୟୀ ଗତ ତିନି ମାସ ତଳେ ଗ୍ରାମର ବିଭିନ୍ନ୍ ରୋଗରେ ପିଡିତ ହୋଇ ପାଞ୍ଚ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଲୋକମାନଙ୍କ ମଧ୍ୟରେ ଗୁଣି ଗାରେଡି ସଂନ୍ଦେହ ଉପୁଜିଥିଲା । ଗତ କିଛି ଦିନ ଧରି ଗ୍ରାମରେ ଝାଡା ବାନ୍ତି ଲାଗିରହିଥିବା ବେଳେ ମେଡିକାଲରୁ ସ୍ୱାସ୍ଥ ହୋଇ ଘରକୁ ଫେରିବା ପରେ ପୁଣି ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବାରୁ ଗତକାଲି ରାତିରେ ୬ ଜଣଙ୍କୁ ଗୁଣିଆ ସଂନ୍ଦେହରେ ମାଡ ମାରିବା ସହ ବିଷ୍ଠା ଖୁଆଇଥିଲେ ।କୈାଣସି ସୁତ୍ରରୁ ଖଲ୍ଲିକୋଟ ପୋଲିସ ଖବର ପ୍ଧବ ୬ ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛି । ଆହାତ ହୋଇଥିବା ୬ ଜଣ ବ୍ୟକ୍ତିଙ୍କ ନାମ ହରି ନାହାକ , ସନିଆ ଦାସ ,ଦୂରୂଜ ନାହାକ .ରାମ ନାହାକ , ଯୋଗି ଦାସ ବୋଲି ଜଣାପଡିଛି । ଆହାତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିସ୍ରିତ ହେଉଥିବା ବେଳେ ଗ୍ରାମରେ ଅଶାନ୍ତର ବାତାବରଣ ଲାଗିରହିଛି ।


