ଗୁଣି ଗାରେଡି ସଂନ୍ଦେହରେ ଜଣକୁ ନିର୍ମମ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୁଣି ଗାରେଡି ସଂନ୍ଦେହରେ ଜଣେ ବ୍ୟକ୍ତିଙ୍କୁ କୁରାଢୀରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଉରା ପଡ଼ିଆମୀ ଘରେ ବସିଥିବା ବେଳେ ନୂଆଗୁଡା ଗ୍ରାମର ଦେବା କବାସୀ ହଠାତ ତାଙ୍କ ଘରେ ପହଞ୍ଚିଥିଲେ। କେହି କିଛି ବୁଝିବା ପୂର୍ବରୁ କବାସୀ ସାଙ୍ଗରେ ଆଣିଥିବା ଧାରୁଆ ଟାଙ୍ଗିଆରେ ଉରାଙ୍କ ମୁଣ୍ଡକୁ ଏକ ପ୍ରହାର ଦେଇଥିଲେ। କବାସୀଙ୍କ ଟାଙ୍ଗିଆ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହୋଇ ଉରା ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଗତକାଲି ଦେବା କବାସୀ ବାପଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଏକ ମାସ ତଳେ ଦେବା ଭାଇର ମଧ୍ୟ ମୃତ୍ୟୁ ହୋଇ ଥିଲା। ତେଣୁ ଉରା ସେହି ଗ୍ରାମରେ ଗୁଣିଗାରେଡି କରୁଥିବା ନେଇ ଦେବାଙ୍କ ସନ୍ଦେହ ହୋଇଥିଲା। ତେଣୁ ବାପା ଓ ଭାଇକୁ ହରାଇବା ପରେ ଦେବାର ଉରା ଉପରେ ରାଗ ଥିଲେ।ତେଣୁ ସେ ଆଜି ସକାଳେ ଏଭଳି କାଣ୍ଡ ଘଟାଇ ଥିବା ଜଣା ପଡ଼ିଛି। ମାଲକାନଗିରି ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦେବାକୁ ଗିରଫ କରିବା ସହ ଟାଙ୍ଗିଆକୁ ଜବତ କରିଛି। ମାଲକାନଗିରି ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ । ପ୍ରତି ବର୍ଷ ଏପରି ଗୁଣି ଗାରେଡି ସନ୍ଧେହରେ ବହୁ ହତ୍ୟା ହେଉଥିବା ରିପୋର୍ଟ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ