ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ୨୦ଜଣ ପରିବାର
ମାଲକାନଗିରି, (ଅରୁନିମା ପୁରୋହିତ):ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ,ଗୁଣିଗାରେଡି ସନ୍ଦେହ ରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା ଗ୍ରାମର ୨ ପରିବାର ର ୨୦ଜଣ ସଦସ୍ୟ ନିଜ ଗ୍ରାମ ଭିଟାମାଟି ଛାଡି ବାକୁ ବାଧ୍ୟ ହୋଇଛନ୍ତି, ସୂଚନା ଅନୁଯାୟୀ ପୂର୍ବରୁ ଗାଜୁଲମାମୁଡ଼ି ପଂଚାୟତର ତୋଟାଗୁଡା ଗ୍ରାମର ୨ପରିବାର ଚାଷ କରି ବଚନ୍ତି, ଜାତି ରେ ଏହି ପରିବାର ଅଲେଖ ଧର୍ମର , ଏହି ୨ ପରିବାରଙ୍କ ନାମରେ ଗୁଣିଗାରେଡି କରୁଥିବା ଅଭିଯୋଗ ଆଣି ଗ୍ରାମ ବାସୀ କିଛିଦିନ ତଳେ ପ୍ରଜାକୋର୍ଟ କରିଥିଲେ ବିଚାର କରାଯାଇଥିଲା ଏବଂ ଗାଁ ଛାଡିବାକୁ କୁହାଯାଇଥିଲା ,ଯଦି ଗ୍ରାମ ଛାଡି ନ ଯାନ୍ତି ତେବେ ଜୀବନରୁ ମାରିଦେବା ର ଧମକ ମଧ୍ୟ ମିଳୁଥିଲା,। ଗୁଣିଆ ଅଭିଯୋଗ ର ବିଚାର ପାଇଁ ୮ଟି ଗ୍ରାମର ଲୋକଙ୍କ ଉପସ୍ଥିତି ରେ ଗ୍ରାମ ସଭାରେ ବିଚାର କରାଯାଇଥିଲା ।କିନ୍ତୁ ନିଜ ସପକ୍ଷରେ କୌଣସି ବିଚାର ନ ମିଳିବାରୁ ବାଧ୍ୟ ହୋଇ ଗ୍ରାମ ଛାଡିଥିଲେ ପରିବାର । ପରିବାର ଙ୍କ କହିବା ଅନୁଯାୟୀ ରାତି ରାତି ସେମାନେ ନିଜ ଭିଟାମାଟି ଗାଇ, ଛେଳି ସବୁ କିଛି ଛାଡି କାନ୍ଦି କାନ୍ଦି ଚାଲି ଚାଲି ୫ କିଲୋମିଟର ଆସିଲା ପରେ ଏକ ଵୋଟ ଯୋଗେ ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରେ ପହଞ୍ଚିଥିଲେ । ଗାଁ ରୁ ଆସିବା ସମୟରେ ନିଜ ଜିନିଷ ମଧ୍ୟ ଆଣିବାକୁ ଦିଆଯାଇନଥିଲା ଘର,ଜମି,ଗାଈ ଗୋରୁ, ସମସ୍ତ ସମ୍ପତ୍ତି, ଅସବାପତ୍ର ଗାଁ ରେ ଛାଡ଼ି ଗାଁ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦ଜଣ ପରିବାର କୁ ନେଇ କେଉଁଠି କୁ ଯିବେ କଣ କରିବେ ୨୦ଜଣ ସଦସ୍ୟଙ୍କ ମୁହଁରେ କେମିତି ଆହାର ଦେବେ ଏ କଥା କହୁଥିବା ସମୟରେ କାନ୍ଦି ପକାଉଥିଲେ ସମସ୍ତେ । ସେମାନଙ୍କ କହିବାଅନୁଯାଇ ସେହି ଗ୍ରାମର କିଛି ବ୍ୟକ୍ତି ଜମି ହଡପ କରିବାପାଇଁ ଏ ସବୁ ଚକ୍ରାନ୍ତ କରଛନ୍ତି ଏହି ପରିବାର ବର୍ତ୍ତମାନ ଅଛନ୍ତି ଚିତ୍ରକୋଣ୍ଡା ର ଜଣେ ସମ୍ପର୍କୀୟ ଙ୍କ ଘରେ , ଗଣ ମାଧ୍ୟମ ର ହସ୍ତକ୍ଷେପ ପରେ bdo ଚିତ୍ରକୋଣ୍ଡା ଏଥିରେ ହସ୍ତକ୍ଷେପ କରି ନ୍ୟାୟ ଦେବା ସହ ସେମାନେ କିପରି ଘରକୁ ଫେରିବେ ଓ ସେହି ପରିବାରକୁ ଖାଇବା ର ସବୁ ବ୍ୟବସ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।


