ଗୁଣ୍ଠୁଣି ହାତୀ ମୋ ଝୁଲ୍

ଝୁଲରେ କାଳିଆ ଝୁଲ
ସୁନା କୂଅ ଜଳେ ଗାଧୋଇ ପାଧୋଇ
ହାତୀ ବେଶ ହୋଇ ଝୁଲ୍
ବାଆ ପାଣି ଖାଇ ଫୁଲ୍
ଗୁଣ୍ଠୁଣି ହାତୀ ମୋ ଝୁଲ୍ (୦)

ଗଣପତି ଭଟ୍ଟ ପଶ୍ଚିମ ପଣ୍ଡିତ
ଆସିଲେ ତୋ ଦରଶନେ
ଗଣପତି ରୂପ ନ ଦେଖି ତୋ ଠାରେ
ଅଭିମାନ କଲେ ମନେ
ଜାଣି ଭକ୍ତ ମନ ବେଶ ଗଜାନନ
ନିମିଷକେ ଦେଖାଇଲୁ
ଝୁଲରେ କାଳିଆ ଝୁଲ୍—–(୧)

ସେହି ଦିନଠାରୁ ହାତୀ ବେଶ ତୋର
ସ୍ନାନ ମଣ୍ଡପରେ ହୁଏ
ଭାଇ ଭଉଣୀଙ୍କୁ ବସାଉ ମଣ୍ଡପେ
କି ସୁନ୍ଦର ବାର୍ତ୍ତାଟିଏ
ମେଳମାଳ ହୋଇ ଚଳିବା ହିସାବ
ଦୁନିଆକୁ ଶିଖାଇଲୁ
ଝୁଲରେ କାଳିଆ ଝୁଲ୍——(୨)

ହାତୀ ବେଶ ତୋର ବହୁତ ସୁନ୍ଦର
ଆଖି ଲାଖିଯାଏ ମୋର
ସବୁ ସୁନ୍ଦରଙ୍କ ଶିରୋମଣୀ ତୁହି
ଗଣ୍ଠିଧନ ଭକତର
ଭକତିର ଡୋରି ଯେ ଲଗାଇ ଦେଲା
ତା’ ପଛେ ପଛେ ଧାଇଁଲୁ
ଝୁଲରେ କାଳିଆ ଝୁଲ୍——-(୩)

ରାଜ କିଶୋର ନାୟକ
ତଳବଙ୍ଗାଳ ,କୁଶୁବେଣ୍ଟି,ବ୍ରହ୍ମଗିରି,ପୁରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ