ଗୁଣ୍ଡିଚାଘାଗି ଜଳ ପ୍ରପାତରେ ପର୍ଯ୍ୟଟକଙ୍କ ଭିଡ
ଘଟଗାଁ , (ଯୁଗାବ୍ଦ ନ୍ୟୁଜ) : ପ୍ରାକୁତିକ ସୌର୍ନ୍ଦଯ୍ୟ ଭରା କେନ୍ଦୁଝର ଜିଲ୍ଲାର ଗୁଣ୍ଡିଚାଘାଗି ଜଳପ୍ରପାତ ନିଜର ଅପରୁପ ସୌର୍ନ୍ଦଯ୍ୟ ପାଇଁ ଆଜି ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ପ୍ରତ୍ୟେକ ଦିନ ତାରିଣୀ ମନ୍ଦିର କୁ ଆସୁଥିବା ହଜାର ହଜାର ଶ୍ରଧାଳୁ ଦର୍ଶନ ପରେ ଛୁଟି ଆସିଥାନ୍ତି ପ୍ରାକୁତିକ ସୌର୍ନ୍ଦଯ୍ୟ ଭରା ଗୁଣ୍ଡିଚାଘାଗି ଜଳ ପ୍ରପାତଟିକୁ ଉପଭୋଗ କରିବା ପାଇଁ । ବଣ ଭୋଜିର ମଜା ସହ ଜଳପ୍ରପାତ ନିକଟରେ ସେଲଫି ଉଠାଇବାର ମଜା ବାରମ୍ବାର ପର୍ଯ୍ୟଟକକୁ ଟାଣି ଆଣିଥାଏ । ଦିନକୁଦିନ ଏଠାକୁ ପଯ୍ୟଟକଙ୍କ ଭିଡ ବଢୁଥିବାରୁ ଗୁଣ୍ଡିଚାଘାଗି ଉନ୍ନୟନ ପରିସଦ ଓ ସ୍ଥାନିୟ ପ୍ରଶାସନ ଗୁଣ୍ଡିଚାଘାଗିର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦେଉଛନ୍ତି । ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ସ୍ଥାନୀୟ ପ୍ରଶାସନ ଓ ମୁକୁନ୍ଦପୁର ପାଟଣା ଗ୍ରାମ ପଂଚାୟତ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ କରାଯାଇଛି । ଭୋଜି ପାଇଁ ପିଣ୍ଡି ନିର୍ମାଣ ସହ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜଳପ୍ରପାତ ନିକଟକୁ ପାହାଚ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଜଳପ୍ରପାତଟିକୁ ଅଧିକ ସୁନ୍ଦର କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଏକ ଝୁଲା ପୋଲ ନିର୍ମାଣ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ହେବାକୁ ଥିବା ବେଳେ ଡିସେମ୍ବର ୨୫ ତାରିଖ ଠାରୁ ଧୁମ୍ଧାମ୍ରେ ଚାଲିଛି ଗୁଡିଚାଘାଗୀ ମହୋତ୍ସବ । ଏହି ମହୋତ୍ସବ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁକୁନ୍ଦପୁରପାଟଣା ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ପ୍ରକାଶ କରିଛନ୍ତି । ଏହି ମହୋତ୍ସବକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ପ୍ରସିଦ୍ଦ ଶକ୍ତିପିଠ ମାତାରିଣୀ ପିଠ ଠାରୁ ମାତ୍ର ୧୨କିମି ଦୁରରେ ଅବସ୍ଥିତ ଏହି ଗୁଣ୍ଡିଚାଘାଗୀ ଜଳପ୍ରପାତ । ଘଟଗାଁ ରୁ ହରିଚନନ୍ଦନପୁର ଯିବା ରାସ୍ତାରେ ୮ କିଲୋମିଟର ପରେ ବାମ ପଟକୁ ବଣ ଜଙ୍ଗଲ ଘେରା ଅଙ୍କାବଙ୍କା ରାସ୍ତା ଦେଇ ୪ କି.ମି ଯିବାପରେ ଆସିଥାଏ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁଣ୍ଡିଚାଘାଗୀ ଜଳପ୍ରପାତ । ବିସ୍ଥିର୍ଣ୍ଣ ଭାବେ ତିନିଧାରା ଦେଇ ପ୍ରାୟ ୫୦ ଫୁଟ ଉଚ୍ଚତାରୁ ଜରି ପଡୁଛି । ଏହି ଜଳପ୍ରପାତଟିର ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖି ମନ୍ତ୍ରମୁଗ୍ଧ ହୋଇ ଯାଉଛନ୍ତି ପର୍ଯ୍ୟଟକ । ବଣଭୋଜି କରିବା ସହିତ ନାଚ ଗୀତରେ ପୁରି ଉଠୁଛି ଏହି ସ୍ଥାନ । କିଏ ନିଜ ମୋବାଇଲରେ ସେଲଫି ଉଠାଇବାରେ ବ୍ୟସ୍ଥ ତ କିଏ ଏପରି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦୃଶ୍ୟ ଦେଖି କ୍ଷଣିକେ ସ୍ଥବ୍ଦ ହୋଇ ରହିଯାଉଛି । ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ କହିବା କଥା ଗୁଣ୍ଡିଚାଘାଗୀ ଜଳପ୍ରପାତ ନିକଟରେ ବଣଭୋଜି କରିବାର ମଜା ଅଲଗା । ବ୍ୟସ୍ଥ ଜୀବନଶୈଳୀ ଭିତରେ କିଛି ସମୟ ବାହାର କରି ଦୂରଦୂରନ୍ତାରୁ ଛୁଟି ଆସୁଥିବା ପର୍ଯ୍ୟଟକ ବଣ ଭୋଜି କରିବାର ଆନନ୍ଦ ଭରପୁର ଉଠାଉଛନ୍ତି । ଭୋଜି ପାଇଁ ପିଣ୍ଡି ନିର୍ମାଣ ସହ ପାନୀୟ ଜଳର ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜଳପ୍ରପାତ ନିକଟକୁ ପାହାଚ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଜଳପ୍ରପାତଟିକୁ ଅଧିକ ସୁନ୍ଦର କରିବାକୁ ଯାଇ ସରକାରଙ୍କ ପକ୍ଷରୁ ଏକ ଝୁଲା ପୋଲ ନିର୍ମାଣ କରାଯାଇଛି । ଏଠାରେ ଏହି ଦିନରେ ଲୋକଙ୍କ ଭିଡକୁ ଦେଖି ଗତ କିଛି ବର୍ଷ ହେବ ମିନା ବଜାର ସାଙ୍ଗକୁ ବିଭିନ୍ନ ପ୍ରକାର ଚଟ୍ପଟା ଆଇଟମ୍ ବିକ୍ରି କରାଯାଉଛି । ଆଉ ମାତ୍ର କିଛି ଦିନ ପରେ ନୂତନ ବର୍ଷ ହେବାକୁ ଥିବା ବେଳେ ଡିସେମ୍ବର ୨୫ ଗୁଡିଚାଘାଗୀ ମହୋତ୍ସବ ଚାଲୁଅଛି । ଏହି ମହୋତ୍ସବ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁକୁନ୍ଦପୁରପାଟଣା ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ପ୍ରକାଶ କରିଛନ୍ତି । ଏହି ମହୋତ୍ସବକୁ ଦେଖିବା ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ପର୍ଯ୍ୟଟକଙ୍କ କହିବା କଥା ଏଠାରେ ସବୁକିଛି ସୁବିଧା ଥିବା ବେଳେ ଏଠାରେ ସୌଚାଳୟର ବ୍ୟସ୍ଥା ଏବଂ ଜଳପ୍ରପାତ ନିକଟକୁ ବିଦ୍ୟୁତ୍ର ବ୍ୟବସ୍ଥାରେ ହେଲେ ଆଗାମୀ ଦିନରେ ଆହୁରୀ ଆକୃଷ୍ଟ ହୋଇ ପ୍ରାକୃତିକ ପରିବେଷକୁ ଉପଭୋଗ କରିପାରନ୍ତେ ବୋଲି ପର୍ଯ୍ୟଟକଙ୍କ ପକ୍ଷରୁ ପ୍ରକାଶ ।