ଗୁଣ୍ଡିଚା ମନ୍ଦିରରେ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ର ମୁଖ୍ୟ ଜଗନ୍ନାଥ ମନ୍ଦିର, ବାଲାଜୀ ମନ୍ଦିର, କରନପିଟା ଜଗନ୍ନାଥ ମନ୍ଦିର, ଦେପୁର, ଦାଦପୁର, ଗୋପୀନାଥପୁର,ମନୋହରପୁର, ନାସିଗାଁ ଆଦି ଅଞ୍ଚଳରେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଛି। ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ଅପରାହ୍ନ ସାଢେ଼ ୫ ଟାରେ ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡିରେ ମନ୍ଦିରରୁ ଅଣାଯାଇ ରଥ ଚାରିପଟେ ପରିକ୍ରମା କରାଯାଇ ରଥାରୂଢ କରାଯାଇଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ରଙ୍କ ପାଟ ଦଉଡି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିବା ବେଳେ ପୂର୍ବତନ ସାଂସଦ ତଥା ରାଜ ପରିବାର ସଦସ୍ୟ ଅର୍କ କେଶ୍ୱରୀ ଦେଓ ଜଗନ୍ନାଥଙ୍କ ପାଟ ଦଉଡି ସେବା ସମ୍ପାଦନ କରିଥିଲେ। ଜୋରରେ ପବନ ସହ ବର୍ଷା ସତ୍ତ୍ୱେ ବର୍ଷାରେ ଭିଜି ଭିଜି ହଜାର ହଜାର ଶ୍ରଦ୍ଧାଳୁ ରଥ ଟାଣିଥିଲେ। ସନ୍ଧ୍ୟା ସାଢ଼େ ୬ ଟାରେ ରଥ ମାଣିକେଶ୍ୱରୀ ମନ୍ଦିର ସାମନା ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ଥିଲା ମଙ୍ଗଳବାର ସଂଧ୍ୟାରୁ ବୁଧବାର ଅପରାହ୍ନ ୫ ଟା ଯାଏଁ ଶ୍ରଦ୍ଧାଳୁ ମାନେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିଥିଲେ। ବୁଧବାର ଅପରାହ୍ନ ୫ ଟାରେ ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ରଙ୍କ ପାଟ ଦଉଡି ଓ କଳାହାଣ୍ଡି ଯୁବରାଜ ଜଗନ୍ନାଥଙ୍କ ପାଟ ଦଉଡି ଧରି ପହଣ୍ଡି ବିଜେ ସେବା ପୁର୍ବକ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡିରେ ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପରେ ବିଜେ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ