ଗୁପ୍ତ ଧନ ପାଇଁ ବୃଦ୍ଧ ବାପାକୁ ହତ୍ୟା ଉଦ୍ୟମକରି ପୁଅ ଗଲା ଜେଲ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ସମ୍ପତି ପାଇଁ ବାପାକୁ ପୁଅର ହତ୍ୟା ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ର ବିଷୟ ପାଲଟିଛି ।ଯେଉଁ ପାପ ପାଳି ପଶି ବଡ କଲା ସମ୍ପତି ପାଇଁ ସେହି ପୁଅ ହତ୍ୟା କରିବାକୁ ମଧ୍ୟ ପଚଉନାହାନ୍ତି ।କଳାହାଣ୍ଡି କଲମପୁର ଅଂଚଳରେ ଘଟିଥିବା ଘଟଣା ଅନ୍ୟ ସମସ୍ତ ଘଟଣା ଠାରୁ ବଳିଯାଇଛି। ପୁଅ ଗୁପ୍ତଧନ ହଣ୍ଡା ପାଇବା ଆଶାରେ ବାପାଙ୍କୁ ଅକଥିନୀୟ ମାଡ ମାରି ବଳି ନେବା ପାଇଁ ନେଇଥିଲା। ତେବେ ପୁଲିସ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ ବାପାଙ୍କ ଜୀବନ ବଞ୍ଚି ଯାଇଛି। ଏଭଳି ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି କଲମପୁର ଅଅଞ୍ଚଳରେ । ସୂଚନା ଅନୁସାରେ କଲମପୁର ରାଜସ୍ୱ ଗ୍ରାମ ଅଧିନସ୍ଥ ବେଲପଡାର ବଳଦେବ ଭୋଇଙ୍କ ପୁଅ ଲିଙ୍ଗରାଜ ଅନେକ ସମୟରେ ତାର ବାପାକୁ ଅକଥନୀୟ ମାଡ ମାରି ଅତ୍ୟାଚାର କରେ। ଗତ କିଛି ଦିନ ହେବ କୌଣସି ଜଣେ ପୂଜକର କଥାରେ ପଡି ବାପାକୁ ବଳି ଦେବା ପାଇଁ ପ୍ରସ୍ତୁତ ହେଉଥିଲା। ଲିଙ୍ଗରାଜର ଏଭଳି କାରନାମା ଦେଖି ତାର ସ୍ତ୍ରୀ ନିଜର ନାବାଳକ ଶିଶୁକୁ ନେଇ ଇଛ।ପୁର ଠାରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛି। ଶୁକ୍ରବାର ମଧ୍ୟାହ୍ନରେ ଲିଙ୍ଗରାଜ ବାପା ବଳିଦେବାକୁ ନିକଟସ୍ଥ ନଳକୁଅଁରେ ସ୍ନାନ କରାଇ ଏକ ନୂଆ ଲୁଗା ଓ ସାର୍ଟ ପିନ୍ଧିବାକୁ ଦେଇଥିଲା। ଏହାସହ ଏକ ରସୁଣ ମାଳ ଏବଂ ଫୁଲ ମାଳ ପିନ୍ଧାଇ ଘରକୁ ନେଇଥିଲା। ଏହି ସମୟରେ କହୁଥିଲା ତତେ ଏବେ ବଳି ଦେବି ହଣ୍ଡା ପାଇବି। ଏପରିକି ଘରେ ପୂର୍ବରୁ କଳସ ସ୍ଥାପନ କରିବା ସହ ଘର ଭିତରେ ପୂଜା ପାଠ ଜାରି ରଖିଥିଲା। ଲିଙ୍ଗରାଜଙ୍କ ସାଙ୍ଗରେ ଥିଲେ ରାଜପୁର ଗ୍ରାମର ଚିତ୍ରସେନ ରଣା ନାମକ ବୃଦ୍ଧ ଯିଏକି ପୂଜକ ଭାବେ ନିୟୋଜିତ ଥିଲେ। ଅଏନେଇ ଘଟଣା ପ୍ରଘଟ ହେବାପରେ ପଡ଼ୋଶି ଲୋକ ତୁରନ୍ତ କଲମପୁର ପୁଲିସ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପୁଲିସ ଫାଣ୍ଡି ଅଧିକାରୀ ବିପିନ କୁମାର ଝରିଆ, କନେଷ୍ଟବଲ ସନ୍ତୋସ କୁମାର ପଣ୍ଡା ଏବଂ ଗ୍ରାମରକ୍ଷୀ ଗଙ୍ଗାରାମ ବାଗ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ବାପା ବଳଦେବକୁ ଉଦ୍ଧାର କରିଥିଲେ। କିନ୍ତୁ ବୃଦ୍ଧ ବାପାଙ୍କୁ ଉଦ୍ଧାର କରିବା ପରେ ହଠାତ୍ ଆକ୍ରମଣ ଉଦ୍ଦେଶ୍ୟରେ ଏକ ଟାଙ୍ଗିଆରେ ଝରକା ପାଖରୁ ଫିଙ୍ଗିବା ଦ୍ୱାରା ଗ୍ରାମରକ୍ଷୀ ଗଙ୍ଗାରାମର ହାତରେ ବାଜିଥିଲା। ଗଙ୍ଗା ଗୁରୁତର ଆହତ ହେବା ପରେ ତୁରନ୍ତ ତାକୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା। ଏ ନେଇ ତୁରନ୍ତ ଜୟପାଟଣା ଥାନା ଅଧିକାରୀଙ୍କୁ ଜଣାଇବା ପରେ ଏସଆଇ ବିନୟ ବାରା, ଏଏସଆଇ ତ୍ରିସେନ ପାତ୍ର, ଏଏସଆଇ ନିତିନ ତ୍ରୀବେଦୀ ଓ ଆଇଆରବି ଯବାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଲିଙ୍ଗରାଜ ଝରକା ପଟରୁ ଶାବଳ, ଲୁହା ଛଡ, ପଥର ଆଦି ସାହାଯ୍ୟରେ ଆକ୍ରମଣ ପାଇଁ ଉଦ୍ୟମ କରିଥିଲା। ଶେଷରେ ଉଭୟ ପୂଜକ ଚିତ୍ରସେନ ଓ ଲିଙ୍ଗରାଜକୁ କାବୁ କରିବାରେ ପୁଲିସ ସଫଳ ହେଇଥିଲେ। ଦୁଇଜଣଙ୍କୁ ଜୟପାଟଣା ଥାନାକୁ ସ୍ଥାନାକୁ ଅଣାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ବେଲ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ଜେଲ ପଠାଇ ଦିଆଯାଇଛି । ଡିଜିଟାଲ ଯୁଗରେ ଏଭଳି ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ଏବେ ବି ଅନେକ ଲୋକ ରହିଛନ୍ତି। କେବେ ଏଭଳି ଅନ୍ଧ ବିଶ୍ୱାସ ଦୂର ହେବ ସେନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।