ଗୁପ୍ତ ଶ୍ରୀ କ୍ଷେତ୍ରରେ ଭକ୍ତ କବି ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅନୁଷ୍ଠିତ
ନିମାପଡ଼ା ,( ସନ୍ତୋଷ ଦାଶ): ପବିତ୍ର ତ୍ରିବେଣୀ ଅମାବାସ୍ୟାର ସାରସ୍ବତ ସନ୍ଧ୍ୟାରେ ଭକ୍ତ କବି ବଳରାମ ଦାସଙ୍କ ଜନ୍ମପୀଠ ତଥା ଗୁପ୍ତ ଶ୍ରୀକ୍ଷେତ୍ର ଏରବଙ୍ଗ ଠାରେ ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଅନୁଷ୍ଠିତ ହୋଇଯାଇଛି ।ଭକ୍ତ କବି ବଳରାମ ଦାସ ଙ୍କ ଦ୍ବାରା ପ୍ରତିଷ୍ଠିତ ଶ୍ରୀ ବଳରାମ ଜୀୟୁ ମନ୍ଦିର ପରିସରରେ ଓଡିଶା ସାହିତ୍ୟ ଏକାଡ଼େମୀ ଓ ପଞ୍ଚସଖା ଭକ୍ତ ବଳରାମ ଦାସ ସୃତି ସଂସଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବଳରାମ ଦାସଙ୍କ ମହାପ୍ରୟାଣ ଦିବସ ଉତ୍ସବ ରେ ବଳରାମ ଦାସ ସ୍ମୃତି ସଂସଦ କମିଟି ର ସଭାପତି ପ୍ରଦୀପ୍ତ କୁମାର ମହାନ୍ତି ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡକ୍ଟର ଅସିତ୍ ମହାନ୍ତି ଯୋଗ ଦେଇଥିଲେ।ସମ୍ମାନୀୟ ଅତିଥିଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଡାକ୍ତର ଅଂଶୁମାନ କର , ସାହିତ୍ୟିକ ଅଧ୍ୟାପକ ଡକ୍ଟର ରମାକାନ୍ତ ନାୟକ ,ଗୋପ ଅଞ୍ଚଳ ର ବିଶିଷ୍ଟ ସାହିତିକ ତଥା ଶିକ୍ଷାବିତ ପୁନେଶ କୁମାର ସେନାପତି ଯୋଗ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ଗୋପ କଲେଜ ର ପୂର୍ବତନ ଅଧକ୍ଷ ତଥା ବାନରସେନା ପତ୍ରିକା ର ସମ୍ପାଦକ ପ୍ରକାଶ ଚନ୍ଦ୍ର ଖଟୋଇ ।ବାର୍ଷିକ ବିବରଣୀ ପାଠ କରିଥିଲେ ଅନୁଷ୍ଠାନ ସମ୍ପାଦକ ନରେଶ ପ୍ରଧାନ । ନୃତ୍ୟ ଓ ସଂଗୀତ ପରିବେଷଣ ଦାୟିତ୍ୱ ରେ ଥିଲେ ଭାଗିରଥି ନାୟକ ।କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଗବେଷକ ଗୋପୀନାଥ ମୁଦୁଲି । କାର୍ଯ୍ୟକ୍ରମ ରେ ନିକଟସ୍ଥ ସ୍କୁଲ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ଥିଲା ।ଡ଼କ୍ଟର ରମାକାନ୍ତ ନାୟକ ଙ୍କ ଦ୍ଵାରା ଲିଖିତ ପୁସ୍ତକ ” କହଇ ବଳରାମ ଦାସ ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।ଷୋଡ଼ଶ ଶତାବ୍ଦୀର ଭକ୍ତି ଆନ୍ଦୋଳନର ପଞ୍ଚସଖା ମଧ୍ଯରୁ ବୟଜ୍ୟୋଷ୍ଠ ଥିଲେ ଭକ୍ତ କବି ବଳରାମ ଦାସ । ସେ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।