ଗୁମ୍ମାରେ ଇନ୍ଦ୍ରାଗାନ୍ଧୀଙ୍କ ସହିଦ ଦିବସ ପାଳନ, କଂଗ୍ରେସର ମିଶ୍ରଣ ପର୍ବ

ଗଜପତି , (ତାରିଣୀପ୍ରସାଦପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟରେ ଜିସି ଗମାଙ୍ଗଙ୍କ ଆହ୍ନନ କ୍ରମେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ଗତ ଇନ୍ଦ୍ରାଗାନ୍ଧୀଙ୍କ ସହିଦ ଦିବସ ପାଳନ କରାଯାଇଛି । ଇନ୍ଦ୍ରା ଗାନ୍ଧୀଙ୍କ ଇତିହାସକୁ ମନେପକାଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଅଧକ୍ଷା ଗୀତାଞ୍ଜଳି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧକ୍ଷା ଗୀତାଞ୍ଜଳ ଭୂୟାଁ ଉପସ୍ଥିତ ଥିଲେ। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏକ ପ୍ରସ୍ତୁତ ବୈଠକ କରାଯାଇଥିଲା । ଗୁମ୍ମା ବ୍ଲକ କଂଗ୍ରେସ ଗଡ଼ ହେଉଥିବା ବେଳେ ଏହି ଗଡ଼କୁ ସଜାଡ଼ିବା ଦିଗରେ ଆଲୋଚନା କରିଥିଲେ । ଏହି ବୈଠକରେ କଂଗ୍ରେସ ଦଳକୁ ସୁଦୃଢ କରିବା ପାଇଁ ଆଲୋଚନା କରିଥିଲେ ଏବଂ ରୁସୁମା ମଣ୍ଡଳ ବିଜେଡି ଛାଡ଼ି କଂଗ୍ରେସ ଦଳରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ଗୀତାଞ୍ଜଳି ଭୂୟାଁ,ମଣ୍ଟୁ ପାଣି,ସୁବନ୍ୟ ଜେନା,ଲିମନ ଗମାଙ୍ଗ,ପାଉଲ ପାଣି,ଏଶୋ କୁମାର ମଣ୍ଡଳ,ରୋଏଲ ପାଣି,ଜିସି ଗମାଙ୍ଗ,ଲଳିତ ମୋହନ ଦଣ୍ଡେସେନା ଓ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ । ରୁସୁମା ମନ୍ଦୋଳକୁ ଅଧକ୍ଷା ଗୀତାଞ୍ଜଳି ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ