ଗୁମ୍ମାରେ କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡ଼ି : ବିଜେଡ଼ି ପ୍ରାର୍ଥୀନି ସନ୍ଧ୍ୟା ଶବର ବିଜୟୀ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ରେ ୩ ଏବଂ ୪ନଂ ଦୁଇଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ ରବିବାର ୪ନଂ ଜୋନର ଭୋଟ ଗଣତି ସରିଛି।ସୂଚନା ଅନୁସାରେ ୪ନଂ ଜୋନରେ ଭୋଟ ଗଣତି ଜାରିସରିଛି।ତେବେ ୪ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡ଼ି ପ୍ରାର୍ଥୀନି ସନ୍ଧ୍ୟା ଶବର ବିଜୟୀ ହୋଇଛନ୍ତି । ତାଙ୍କ ନିକଟରେ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ଭୂୟାଁଙ୍କୁ ପରାଜିତ କରିଛନ୍ତି ସନ୍ଧ୍ୟା ଶବର । କଂଗ୍ରେସ ଗଡ଼ ଭାବେ ପରିଚିତ ଗୁମ୍ମା ବ୍ଲକ ଏବେ ବିଜେଡ଼ି ଦଖଲରେ। ଗଡ଼ ରକ୍ଷାକରି ଇତିହାସ ରୋଚିଲେ ସନ୍ଧ୍ୟା ଶବର। ସେ ତାଙ୍କ ନିକଟରେ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଗୀତାଞ୍ଜଳି ଭୂୟାଁଙ୍କ ଠାରୁ ୨୮୧୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।ସେହିପରି ବିଜେଡ଼ି ଦଳର ସମିତି ସଭ୍ୟା ସିଗ୍ଧରାଣୀ ପାଣି ୧୩୭ ଖଣ୍ଡ ଭୋଟ ବ୍ୟବଧାନରେ ଆରତୀ ଜେନାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଏବଂ ଗୁମ୍ମା ସରପଞ୍ଚ ପ୍ରାର୍ଥୀନି ଭାବେ ପିତମଣି ରଇତ ୯୩୦ ଖଣ୍ଡ ଭୋଟ ବ୍ୟବଧାନରେ ବାବିଲା ମଣ୍ଡଳଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି।କହିବାକୁ ଗଲେ କଂଗ୍ରେସ ଗଡ଼ରେ ବିଜେଡ଼ି ଦଖଲ କରିଛି ବୋଲି ରାଜନୈତିକ ମୋହରେ ଚର୍ଚ୍ଚା ଜୋର ଧରିଛି ।ଏଠାରେ ବିଜେଡ଼ି ଦଳର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶୁଭଦୃଷ୍ଟି ଆକର୍ଷଣ କରିଥିବା ସହ ସଂଗଠନ ନେତୃତ୍ୱ ନେଇଥିଲେ ବୋଲି ଜଣାପଡ଼ିଛି। ସେହିପରି ଗୁମ୍ମା ସରକାରୀ ବିଦ୍ୟାଳୟରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ୨୪୦ ବୁଥରେ ଭୋଟିଂ ହୋଇଥିବା ବେଳେ ଗଣତି ପାଇଁ ୧୦ଟି ପଞ୍ଚାୟତ ପାଇଁ ୧୦ଟି ଟେବୁଲରେ ପ୍ରସ୍ତୁତ କରାଯାଇଛି ବୋଲି ନିର୍ବାଚନ ଅଧିକାରୀ ଅନୁପ ଅଭିଷେଖ ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ