ଗୁମ୍ମାରେ ଦେବଗିରି ମହୋତ୍ସବ ନିମନ୍ତେ ମଶାଲ ଶୋଭାଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି।ଦୁଇଦିନ ଧରି ହେବାକୁ ଥିବା ଦେବଗିରି ମହୋତ୍ସବ ଚଳିତ ମାସ ୧୩ ଓ ୧୪ ତାରିଖରେ ବ୍ଲକ ସ୍ତରୀୟ ଦେବଗିରି ମହୋତ୍ସବ ଅନୁଷ୍ଟିତ ହେବାର ରହିଅଛି। ଏହି ଅବସରରେ ଆଜି ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଯାଇଛି। ପ୍ରଥମେ ମସାଲ ଶୋଭାଯାତ୍ରା ରଥ ତହସିଲ କାର୍ଯ୍ୟାଳୟ ଠାରୁ ଗୁମ୍ମା ଗ୍ରାମ ପଞ୍ଚାୟତ ସମ୍ମୁଖରେ ପହଞ୍ଚିବା ପରେ ବିଡିଓ ଶରତ କୁମାର ପାତ୍ର, ତହସିଲଦାର ଜୟବ୍ରତ ଆଚାର୍ଯ୍ୟ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଏହାକୁ ବହୁ ଆଡ଼ମ୍ବର ସହକାରେ ସ୍ବାଗତ ଜଣାଥିଲେ। ସେଠାରେ ମଶାଲ ଶୋଭାଯାତ୍ରା କମିଟି ମସାଲକୁ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ସେଠାରେ ମସଲାକୁ ପୂଜାର୍ଚ୍ଚନା କରି ତହସିଲ କାର୍ଯ୍ୟାଳୟ ଠାରେ ମସାଲ ଶୋଭାଯାତ୍ରା ବ୍ଲକ କାର୍ଯ୍ୟାଳୟକୁ ନିଆଯାଇଥିଲା। ବ୍ଲକ ସ୍ତରୀୟ ଦେବଗିରି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବାର ରହିଛି। ଏଥିରେ ଲୋକାଇତ ଭାବେ ରହିଥିବା ବ୍ଲକ ତଥା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦଳଗତ ନାଚ,ଗୀତ ସହ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଲୋକ କଳା ବିକାଶ ବୃଦ୍ଧି ପାଇବ ବୋଲି କହିଛନ୍ତି ବିଡ଼ିଓ ଶ୍ରୀ ପାତ୍ର।


