ଗୁମ୍ମାରେ ବ୍ରହ୍ମପୁର ସାଂସଦଙ୍କ ଦ୍ୱାରା ଜୀବନବିନ୍ଦୁ କାର୍ଯ୍ୟକ୍ରମର ରକ୍ତ ଦାନ ଶିବିର ଉଦ୍ଘାଟିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଅନ୍ତର୍ଗତ ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ଓଡିଶା ମୋ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଉଦ୍ଘାଟନ କରିଥିଲେ । ଏଥିରେ ଗୁମ୍ମା ବ୍ଲକର ପ୍ରାୟ ୮୦ଜଣ ଯୁବକ ଓ ଛାତ୍ର ରକ୍ତ ଦାନ କରିଥିଲେ । ସାଂସଦ ଶ୍ରୀ ସାହୁ କହିଥିଲେ ଯେ,ରକ୍ତ ଦାନ ମହତ୍ ଦାନ ଅଟେ । କୌଣସି ଲୋକ ରକ୍ତ ଅଭାବରେ ଯେପରି ମୃତ୍ୟୁ ବରଣ କରିବେ ନାହିଁ ଏହାକୁ ଦୃଷ୍ଟିରେ ରଖି ବିଜେଡି ସରକାର ଓଡିଶା ମୋ ପରିବାର ପକ୍ଷରୁ ସାରା ଓଡିଶାରେ ରକ୍ତ ଦାନ ଶିବିର ଆୟୋଜନ କରି ସମୁହ ଲୋକଙ୍କ ପାଇଁ ଜରୁରୀ ଚିକିତ୍ସାରେ ଆବଶ୍ୟକ ରକ୍ତକୁ ଏଭଳି ଭାବେ ସଞ୍ଚୟ କରୁଛନ୍ତି । ଏହି କାର୍ଯ୍ୟକ୍ରମର ସଂଯୋଜିକା ଇନ୍ଦୀରା ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଠ ନେତା ବସନ୍ତ ଦାସ,ଲକ୍ଷ୍ମ୍ମୀକାନ୍ତ ପରିଚ୍ଛା ପ୍ରମୁଖ ଯୋଗ ଦେଇଥିଲେ ।


