ଗୁମ୍ମାରେ ୫ଟି ଟ୍ରାନ୍ସପାଇମେସନ୍ ଉଦ୍ଘାଟନ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟରେ ହାଇସ୍କୁଲ ଟ୍ରାନ୍ସପାଇମେସନ୍ ଉଦ୍ଘାଟନ ପ୍ରସ୍ତୁତିକରଣ ବୈଠକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲେ ଉପରୋକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଗୀତାଞ୍ଚଳୀ ଭୂୟାଁ, ମୁଖ୍ୟ ବକ୍ତା ଭାବେ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ନିହାର ରଂଜନ ଷଢହ୍ଗୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ଚେୟାରପରସନ୍ ମିହିର ଲାଲ୍ ପାଣି, ବ୍ରହ୍ମପୁର ଲୋକସଭା ସାଂସଦ ପ୍ରତିନିଧି ବିମଳ ଦଳାଇ, ସିଭିଲ ଜେଇ ସୁଶାନ୍ତ କୁମାର ସାହୁ, ଗୁମ୍ମା ଗୋଷ୍ଠି ସହଶିକ୍ଷଧିକାରୀ ମଦନ କହଁରଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବଦାସ ତାମରାପୁ ସ୍ୱାଗତ ଜଣାଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ୫ଟିର ମୁଖ୍ୟ ଲକ୍ଷ୍ୟ କଣ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଓ ବର୍ତ୍ତମାନର ସରକାର ଆଗାମୀ ଦିନମାନଙ୍କରେ ୫ଟି ମାଧ୍ୟମରେ ଗୁମ୍ମା ହାଇସ୍କୁଲକୁ ରୁପାନ୍ତରିତକରଣ କରି ସ୍ମାର୍ଟ କ୍ଲାସ, ଇଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, ସୁନ୍ଦର ପରିବେଶର ସୌନ୍ଦର୍ଯ୍ୟ କରଣ, ପାନୀୟ ଜଳର ବ୍ୟବସ୍ଥା ବିଷୟରେ ପଚାରି ପ୍ରାଞ୍ଚାଳ ଭାବେ ଆବଗତ କରାଇଥିଲେ ଓ ୫ଟି ଟ୍ରାନ୍ସଫାଇରମେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଚିବ ଭିକେ ପାଣ୍ଡିଆନ୍ହ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଦେବଦାସ ତାମରାପୁ ପ୍ରକାଶ କଲେ ଯେ, ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ପଦକ୍ଷେପ ପାଇଁ ଧନ୍ୟବାଦର ପାତ୍ର ବୋଲି କହିଥିଲେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଭଳି ଅଞ୍ଚଳରେ ଏହି ରୁପାନ୍ତରୀକରଣ କାର୍ଯ୍ୟକ୍ରମକୁ ଠିକ୍ ଭାବେ ପରିଚାଳନା କରିପାରିଲେ କାର୍ଯ୍ୟକ୍ମଟି ସଫଳ ରୁପାୟନ ହୋଇପାରିବ ବୋଲି ମତବ୍ୟକ୍ତ କରି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଏସ୍ଏମ୍ସି ମେମ୍ବର ଓ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ ।