ଗୁମ୍ମା ଜିପିଏଲ ଟୁର୍ଣ୍ଣାମେଣ୍ଟରେ ଟିମ ଅର୍ପଣ ଚମ୍ପିୟାନ : ସୁପର ଓବେର ବିଜେତା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :କ୍ରୀଡ଼ା ପ୍ରେମୀଙ୍କ ମନୋରଞ୍ଜନ ହେଉ କି ମାନସିକ ଓ ଶାରିରୀକ ବିକାଶ ପାଇଁ ସରକାର କ୍ରୀଡ଼ା ପାଇଁ ପଞ୍ଚାୟତ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦିଆଯାଇଛି । ଏନେଇ ଗୁମ୍ମା ସଦର ମହକୁମା ମିନି ଷ୍ଟାଡିୟମରେ ଦୀର୍ଘ ଦିନ ଧରି ଗୁମ୍ମା ପ୍ରିମିୟର ଲିଗ(ଜିପିଏଲ) ଉଦଯାପିତ ହୋଇଯାଇଛି । ଫାଇନେଲ ମ୍ୟାଚ ଟିମ ପୋଲବୀ ଓ ଟିମ ଅର୍ପଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟିମ ଅର୍ପଣ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୪ଟି ୱେକେଟ ହରାଇ ୧୧୨ ରନ କରିଥିଲା। ଦଳ ପକ୍ଷରୁ ଅର୍ପଣ ୫୦ ରନ କରିଥିଲେ। ଜବାବରେ ଟିମ ପୋଲବ ୮ୱକେଟରେ ସମାନ୧୧୮ ରନ କରିବା ପାଇଁ ସମର୍ଥନ ହେଇଥିଲେ । ଟିମ ପୋଲବ ଜୋସଫାଟ ସର୍ବାଧିକ ୨୬ରନ କରିଥିଲା ଫଳରେ ସୁପର ଓବେର ଖେଳିଗଲା। ସୁପର ଓବେର ମେଚରେ ଟିମ ଅର୍ପଣ ବିଜୟ ହୋଇଥିଲା । ଉଦଯାପିତ ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ପରେ ଖେଳର ଆରମ୍ଭ ହୋଇଥିଲା । ବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସମସ୍ତ ମେଚର ସର୍ବାଧିକ ୨୧୮,୫ଟି ୱେକେଟ ନେଇଥିବାରୁ ଅର୍ପଣ ପାଣିଙ୍କୁ ମେନ ଅଫ ଦି ମେଚ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଖେଳ ଗୁମ୍ମା ଅଞ୍ଚଳର ଆଦିବାସୀ, ଖ୍ରୀଷ୍ଟିଆନ ଓ ଓଡ଼ିଆ ଖେଳାଳିଙ୍କୁ ନେଇ ଖେଳା ଯାଇଥିଲା । ଏହି ଖେଳର ମୁଖ୍ୟ ଉଦେଶ୍ୟ ହେଉଛି ଅଞ୍ଚଳର ଯୁବପିଡ଼ିଙ୍କ ସହିତ ବନ୍ଧୁ ମିଳନ ଓ ଭାଇଚାରା ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି କାର୍ଯ୍ୟକ୍ରମକୁ ପ୍ରୀତମ ପାଳ,କ୍ଲିଣ୍ଡନ ରାଉଳ, ନିରୋଜ ଷଡ଼ଙ୍ଗୀ, ଅର୍ପଣ ପାଣି, ତରୁଣ ପାଣି ଓ ପୋଲବ ପାଣିଙ୍କ ସମେତ ଯୁବକ ମାନେ ପରିଚାଳନା କରିଥିଲେ ।